ଏମିତି ବି ହୁଏ ପ୍ରେମ ! ପତ୍ନୀଙ୍କୁ ସରପ୍ରାଇଜ ଦେବାକୁ ଭାଲେନଣ୍ଟାଇନ ଡେରେ ହାତରେ ବାହାଘର ସାର୍ଟିଫିକେଟର ଟାଟୁ କଲେ ଯୁବକ

ଏଇ ନିକଟରେ ସରିଛି ପ୍ରେମ ସପ୍ତାହ।ଭାଲେନଣ୍ଟାଇନ ଡେରେ ପ୍ରେମୀ ଯୁଗଳ ଓ ପତିପତ୍ନୀ ପରସ୍ପରକୁ ଅନେକ ଗିଫ୍ଟ ଦେଇ ନିଜ ପ୍ରେମକୁ ପରିପ୍ରକାଶ କରିଛନ୍ତି। ଏ ଅବସରରେ ପ୍ରେମିକାକୁ କିଏ ଦାମୀ ଉପହାର ଦେଇଛି ତ ଆଉ କିଏ ସରପ୍ରାଇଜ ଦେଇ ନିଜ ଭାବନା ସେୟାର କରିଛି।
ତେବେ ଏଥରକ ଭାଲେନଣ୍ଟାଇନ୍ ଡେକୁ ସ୍ୱତନ୍ତ୍ର କରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସୁନ୍ଦର ସରପ୍ରାଇଜ୍‌ ଦେଇଛନ୍ତି, ଯାହା ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଥାଇଲାଣ୍ଡର ଜଣେ ବ୍ୟକ୍ତି ତାଙ୍କ ବିବାହ ପ୍ରମାଣପତ୍ରକୁ ହାତରେ ଟାଟୁ କରିଛନ୍ତି। ଏମିତି ଟାଟୁ କରି ସେ ପତ୍ନୀଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି। ଏହି ସରପ୍ରାଇଜ ଦେଖି ତାଙ୍କ ପତ୍ନୀ ବେଶ୍ ଖୁସି ହେବା ସହ ତାଙ୍କ ପ୍ରେମର ପ୍ରମାଣ ଭାବରେ ଗ୍ରହଣ କରିଛନ୍ତି।

ଥାଇ ମ୍ୟାନ୍ ୱାଲଙ୍କ ଟାଟୁ କଳାକାର କହିଛନ୍ତି ଯେ ସେ ତାଙ୍କ ଜୀବନରେ କେବେ କାହା ହାତ କିମ୍ବା ବାହୁରେ ବିବାହ ପ୍ରମାଣପତ୍ର ଟାଟୁ କରି ନଥିଲେ। ଏହି ଟାଟୁ କରିବାକୁ ତାଙ୍କୁ ଆଠ ଘଣ୍ଟା ଲାଗିଥିଲା ବୋଲି ସେ କହିଛନ୍ତି।
ତେବେ ବର୍ତ୍ତମାନ ସମୟରେ ଲୋକମାନେ ପ୍ରେମକୁ ଟାଇମ ପାସ ଭାବୁଥିବା ବେଳେ ଏହି ଦମ୍ପତିଙ୍କ ଏଭଳି ଭଲ ପାଇବାକୁ ବ୍ୟକ୍ତ କରିବା ଢଙ୍ଗ, ସତରେ ଖୁବ ନିଆରା ମନେ ହୋଇଛି। ଏଥିରୁ ଏବେକାର ପ୍ରେମୀ ନିଶ୍ଚୟ କିଛି ଶିକ୍ଷା ପାଇବେ।

Leave A Reply

Your email address will not be published.