ମହିଳା କୁସ୍ତିଯୋଦ୍ଧା ଆଜି ସଂଧ୍ୟାରେ ଗଂଗାରେ ଭସାଇ ଦେବେ ସବୁ ମେଡାଲ

ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଯୌନ ଲାଞ୍ଛନା ବିରୋଧରେ ସେମାନେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଚଳାଇଥିବା ଧାରଣାକୁ ହଟାଇବା ପାଇଁ କେନ୍ଦ୍ର ସରକାର ସେଠାରେ ଧାରଣା ଉପରେ କଟକଣା ଲଗାଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଅନ୍ତର୍ଜାତୀୟ ରେସ୍ଲରମାନେ ! ଆନ୍ତର୍ଡ଼ଜାତିକ ଖ୍ଯାତି ସମ୍ପନ୍ନା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ମଙ୍ଗଳବାର ଏକ ଟ୍ୱିଟ୍ କରି ଅଲିମ୍ପିକ ମେଡାଲଗୁଡିକୁ ଗଙ୍ଗାରେ ଭସାଇ ଦେବାକୁ ଓ ତାପରେ ଇଣ୍ଡିଆ ଗେଟ୍‌ରେ ଆମରଣ ଅନସନରେ ବସିଯିବାକୁ ଘୋଷଣା କରିଛନ୍ତି।

ମଙ୍ଗଳବାର ସଂଧ୍ୟା ୬ଟା ବେଳେ ହରିଦ୍ୱାରରେ ସେମାନେ ସେମାନେ ହାସଲ କରିଥିବା ମେଡାଲ ସବୁକୁ ଗଙ୍ଗାରେ ବୁହାଇ ଦେବେ ବୋଲି ଘୋଷଣା କରିଛନ୍ତି।
ଭିନେଶ ନିଜ ଟ୍ଵିଟରେ କହିଛନ୍ତି ଯେ ଆମେ ଆମ ମେଡାଲ ଏଥିପାଇଁ ଗଙ୍ଗାରେ ବୁହାଇବାକୁ ଯାଉଛୁ କାରଣ ଗଙ୍ଗାଙ୍କୁ ମା କୁହାଯାଏ। ଗଙ୍ଗାଙ୍କୁ ଯେଭଳି ପବିତ୍ର ମନେକରାଯାଏ ସେତିକି ପବିତ୍ରତାର ସହ ଆମେ ପରିଶ୍ରମ କରି ଏହିସବୁ ମେଡାଲ ଅର୍ଜନ କରିଥିଲୁ। ଏହିସବୁ ପବିତ୍ର ମେଡାଲଗୁଡିକୁ ବିସର୍ଜନ କରିବାର ଉପଯୁକ୍ତ ସ୍ଥାନ ମା ଗଙ୍ଗା ହିଁ ହୋଇ ପାରନ୍ତି।
ସେ କହିଛନ୍ତି ଯେ ମେଡାଲ ସେମାନଙ୍କର ଜୀବନ, ଆତ୍ମା – ସେଗୁଡିକୁ ଗଙ୍ଗାରେ ଭସାଇ ଦେବାପରେ ସେମାନଙ୍କ ଜୀବନର କୌଣସି ଉଦ୍ଦେଶ୍ୟ ହିଁ ରହିବନି ! ଫୋଗାଟ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ଗେଟ ସେହିସବୁ ଶହିଦମାନଙ୍କ ସ୍ଥାନ ଯେଉଁମାନେ ଦେଶ ଲାଗି ଆତ୍ମବଳୀ ଦେଇଛନ୍ତି। ଆନ୍ତର୍ଜାତୀୟସ୍ତରରେ ଖେଳିବା ବେଳେ ଖେଳାଳିମାନଙ୍କ ଭାବନା ମଧ୍ୟ ସେହିସବୁ ସୈନିକଙ୍କ ଭଳି ହୋଇଥାଏ।
ଭିନେଶ ତାଙ୍କ ଟ୍ୱିଟ୍‌ରେ ୨୮ ମଇ ଦିନ ଦିଲ୍ଲୀ ପୋଲିସ ସେମାନଙ୍କ ସହ ଯେପରି ବର୍ବରୋଚିତ ଆଚରଣ କଲା ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.