ଶିଶୋଦିଆଙ୍କୁ ମିଳିଲା ନାହିଁ ଜାମିନ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ୍ହୋଇଯାଇଛି।
ସିସୋଦିଆଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ରହିଥିବାରୁ ତାଙ୍କୁ ଏବେ ଜାମିନ ଦିଆଗଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ବୋଲି ଇଡି ପକ୍ଷରୁ କୁହାଯାଇଥିଲା। ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ସିସୋଦିଆଙ୍କୁ ପୂରା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଅବକାରୀ ନୀତିକୁ ସେ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି।

ଏହି ମାମଲାର ବିଚାର କରି କୋର୍ଟ ଶିଶୋଦିଆଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି୍।

Leave A Reply

Your email address will not be published.