ରଞ୍ଜିତ କୁମାର ରାଉତ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲ ନିକଟରେ ଥିବା ଯାତ୍ରୀ ପ୍ରତିକ୍ଷାଳୟ ଏବେ ଅଟୋ ଚାଳକ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି l ସରକାର ଯାତ୍ରୀ ମାନଙ୍କ ପାଇଁ ପ୍ରତିକ୍ଷାଳୟ ତିଆରି କରିଥିବା ବେଳେ ଯାତ୍ରୀ ମାନେ ନାହିଁ ନ ଥିବାର ଅସୁବିଧାର ଶମ୍ବୁଖୀନ ହେଉଛନ୍ତି l ପ୍ରବଳ ଗ୍ରୀଷ୍ମ ପ୍ରଭାବ ସହ ଝାଞ୍ଜି ପବନ ବହୁଥିବା ବେଳେ ଥଣ୍ଡା ପାନୀୟଜଳ ଟିକେ ମଧ୍ୟ ଲୋକେ ପିଇବା ପାଇଁ ପାଉନାହାନ୍ତି l ତେବେ ପଞ୍ଚାୟେତ କାର୍ଯ୍ୟାଳୟକୁ ଜଳଛତ୍ର ପାଇଁ ଆସିଥିବା ଅର୍ଥ ଗଲା କୁଆଡେ । ୪୪ ଡିଗ୍ରୀ ତାପମାତ୍ରାରେ ଲୋକେ ଡହଳ ବିକଳ ହେଉଥିବା ବେଳେ ସଲଙ୍ଗାବାହାଲ ପଞ୍ଚାୟେତର ସରପଞ୍ଚ ଓ ସମିତି ସଭ୍ୟ ଜଳଛତ୍ର ଖୋଲାଯିବା ଉପରେ କାହିଁକି ଧ୍ୟାନ ଦେଇନାହାଁନ୍ତି। ଜଳଛତ୍ର ପାଇଁ ଆସିଥିବା ଅର୍ଥ ଚଳୁ ହେଇଗଲା କି ? ସେପଟେ ଯାତ୍ରୀ ପ୍ରତିକ୍ଷାଳୟଟି ଭାଙ୍ଗିରୁଜି ଯାଇଥିବାରୁ ସେଥିପ୍ରତି କାହାରି ନଜର ନ ଥିବାରୁ ସ୍ଥାନୀୟ ଓ ଅନ୍ୟାନ୍ୟ ଅଟୋ ଚାଳକ ମାନେ ଉକ୍ତ ପ୍ରତିକ୍ଷାଳୟକୁ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରୁଥିବା ପରିଲକ୍ଷିତ ହୋଇଛି । ଯଥାଶୀଘ୍ର ଯାତ୍ରୀ ପ୍ରତିକ୍ଷାଳୟକୁ ମରାମତି ସମେତ ପଞ୍ଚାୟେତର ବିଭିନ୍ନ ସ୍ଥାନରେ ଜଳଛତ୍ର ସ୍ଥାପନ ନେଇ ଜଣସାଧାରଣରେ ପ୍ରବଳ ଦାବୀ ହେଉଛି ।