ବିହାରରେ ସରକାର ଗଢିଲେ ଆମେ ଲୋକଙ୍କୁ ବନ୍ଧୁକ ଯୋଗାଇଦେବୁ : ପୂର୍ବତନ କେନ୍ଦ୍ରମନ୍ତ୍ରୀ 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାଗମଣି କୁଶବାହା ଦେଇଛନ୍ତି ଏକ ଅତି ବିବାଦୀୟ ବୟାନ, ସେ କହିଛନ୍ତି ଯେ ଯଦି ୨୦୨୫ରେ ବିହାରରେ ତାଙ୍କ ପାର୍ଟି ସରକାର ଗଠନ କରେ ତେବେ କୁଶବାହା ସମାଜର ଲୋକଙ୍କୁ ତାଙ୍କ ସରକାର ମାଗଣାରେ ବନ୍ଧସ୍ୱଳ ଯୋଗାଇ ଦେବେ ଓ ଏହା ଫଳରେ ସେମାନେ ନିଜର ସୁରକ୍ଷା ନିଜେ କରିବାକୁ ସମର୍ଥ ହେବେ ।

ବିହାର ସରକାରଙ୍କ ନିକଟରେ କୁଶବାହା ସମାଜର ଲୋକଙ୍କୁ ମାଗଣାରେ ବନ୍ଧୁକ ଲାଇସେନ୍ସ ଯୋଗାଇ ଦେବାକୁ ଅନୁରୋଧ କରି ଏପରି କହିଛନ୍ତି ସେ, ନୀତିଶ କୁମାରଙ୍କ ସରକାର ଉପରେ ଭରସା ନାହିଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ କୁଶବାହା ସମାଜରୁ ରାଜନୀତି କ୍ଷେତ୍ରକୁ ଆସୁଥିବା ନେତାଙ୍କୁ ପୂର୍ବରୁ ହତ୍ୟା କରାଯାଉଥିଲା ଓ ଏବେ ବି ସେମାନଙ୍କୁ ହତ୍ୟା କରାଯାଉଛି ! କିଛିଦିନ ମଧ୍ୟରେ କୁଶବାହା ସମାଜର ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ନାଗମଣି। ପାଟନାରେ ଜଣେ କୁଶବାହା ନେତାଙ୍କୁ ଯେଭଳି ନିର୍ମମ ଭାବେ ହତ୍ୟା କରାଗଲା ତାହାକୁ ନେଇ ନାଗମଣି ସିଧାସଳଖ ନୀତିଶ ସରକାରର ପ୍ରଶାସନକୁ ଦୋଷ ଦେଇଛନ୍ତି ।

ସେ କହିଛନ୍ତି କି, ବିହାରରେ ବିଜେପି ସରକାର ଆସିଲେ ଆମେରିକା ଭଳି ଆମେ ଲୋକଙ୍କୁ କହିବୁ – ନିଜର ସୁରକ୍ଷା ପାଇଁ ନିଜେ ବନ୍ଧୁକ କିଣ ଓ ସରକାରଙ୍କ ଠାରୁ ଲାଇସେନ୍ସ ନେଇଯାଅ !!

Leave A Reply

Your email address will not be published.