ପରଲୋକରେ ମାଧୁରୀ ଦୀକ୍ଷିତଙ୍କ ମା

ହିନ୍ଦୀ ସିନେମାର ଅତୁଳନୀୟା ନାୟିକା ମାଧୁରୀ ଦୀକ୍ଷିତଙ୍କ ମା ସ୍ନେହଲତା ଦୀକ୍ଷିତ ଆଜି ନିଜ ମୁମ୍ବାଇ ଓ୍ଵର୍ଲି ବାସଭବନରେ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି, ମୃତ୍ୟୁ ବେଳକୁ ତାଙ୍କ ପାଖରେ ପରିବାରର ସମସ୍ତେ ଉପସ୍ଥିତ ଥିଲେ। ମାଧୁରୀ ଓ ତାଙ୍କ ସ୍ଵାମୀ ଶ୍ରୀରାମ ନେନେ ଟ୍ଵିଟକରି ମା’ଙ୍କ ମୃତ୍ୟୁ ଖବର ଜଣାଇଛନ୍ତି।

ନିଜ ମା’ଙ୍କ ସମ୍ପର୍କରେ ମାଧୁରୀ କହିଛନ୍ତି ଯେ ଯାହା କୁହାଯାଏ ମା’ ହେଉଛି ଝିଅର ସବୁଠାରୁ ଭଲ ସାଙ୍ଗ, ତାହା ସେ ଅନୁଭବ କରିଛନ୍ତି, ତାଙ୍କ ସଫଳତାର ସବୁ ଶ୍ରେୟ ନିଜ ମା’ଙ୍କୁ ଦେଇଛନ୍ତି ମାଧୁରୀ ଦୀକ୍ଷିତ।

ଆସନ୍ତା କାଲି ଓ୍ଵର୍ଲିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମାଧୁରୀ ଜଣାଇଛନ୍ତି।

Leave A Reply

Your email address will not be published.