ଗୁପ୍ତଚର ପାରା ରହସ୍ୟ ଭେଦ କରିପାରୁନି ଓଡିଶା ପୋଲିସ

କୋଣାର୍କ ରାମଚଣ୍ଡୀରେ ସମୁଦ୍ରରୁ ଟ୍ରଲରରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ଦ୍ୱାରା ଧାରା ହୋଇଥିବା ପାରାକୁ ନେଇ ସନ୍ଦେହର ତନାଘନା ଜାରି ରହିଥିବା ବେଳେ, ଏହାକୁ ଚୀନର ଗୁପ୍ତଚର ପରା କୁହାଯାଉଛି । ଏହାର ଗୋଡ଼ରେ ଜିପିଏସ ଚିପି ଏବଂ କ୍ୟାମେରା ଖଞ୍ଜା ଯାଇଥିବା ଓ ଏହାର ଦେହରେ ସବୁଜ ଲାଲ ରଙ୍ଗରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା କଥା ଏହାକୁ ଧରିଥିବା ମତ୍ସ୍ୟଜୀବୀମାନେ କହୁଥିବା ବେଳେ, ପରକୁ ନିଜ ହେପାଜତକୁ ନେଇ ତଦନ୍ତ କରୁଥିବା ଜଗତସିଂହପୁର ପୋଲିସ ମାଇକ୍ରୋ କ୍ୟାମେରା ଓ ଚିପର ରହସ୍ୟ ଉନ୍ମୋଚନ କରିପାରିନାହାନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର କହିଛନ୍ତି ଯେ ରାଜ୍ୟରେ ଥିବା ଫୋରେନସିକ ଗବେଷଣାଗାରରେ ଏହି କ୍ୟାମେରା ଓ ମାଇକ୍ରୋଚିପରୁ ତଥ୍ୟ ଉନ୍ମୋଚନ କରିବାର ଦକ୍ଷତା ନଥିବାରୁ, ଏହାକୁ ହାଇଦ୍ରାବାଦ ବା କୋଲକାତା କେନ୍ଦ୍ରୀୟ ଫୋରେନସିକ ଗବେଷଣାଗାରକୁ ପଠାଯିବ । ମାଇକ୍ରୋଚିପ ରହସ୍ୟ ଭେଦ ହେବ ପରେ ହିଁ ଏହା ଗୁପ୍ତଚର ପାରା କି ନୁହେଁ, ତାହା ଜଣାପଡିବ ।

Leave A Reply

Your email address will not be published.