ଉତ୍ତର-ପୂର୍ବ ତିନି ରାଜ୍ୟରେ ଚାଲିଛି ଭାଗ୍ୟ ଗଣନା, ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ଆସୁଛି ବିଜେପି ସରକାର

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି ସରକାର ଗଢ଼ିଛି । ଟ୍ରେଣ୍ଡ ଅନୁଯାୟୀ, ତ୍ରିପୁରାରେ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରିଛି। ଖବର ଲେଖା ହେବା ବେଳକୁ ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୧ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବାମପନ୍ଥୀ ମେଣ୍ଟ-କଂଗ୍ରେସ ୧୫ଟି ଏବଂ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ତ୍ରିପରା ଦଳ ୧୧ଟି ଆସନରେ ଆଗୁଆ ରହିଛି ।

ସେହିଭଳି ନାଗାଲାଣ୍ଡରେ ବିଜେପି ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି । ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୩୯, ଏନପିଏଫ ୩, ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ରହିଛି। ବର୍ତ୍ତମାନ ଏନଡିପିପି ଓ ବିଜେପି ମେଣ୍ଟ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିବ ପାର୍ଟି ତଥା ଏନଡିପିପି କ୍ଷମତାରେ ଅଛି। ମେଘାଳୟରେ ସବୁଠୁ ବଡ଼ ଦଳ ଭାବେ ଏନପିପି ଉଭା ହେଉଛି। ଏଠାରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ମେଘାଳୟରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ସମ୍ଭାବନା ଖୁବ କମ୍‌ ରହିଛି। ୩ଟି ରାଜ୍ୟର ଭୋଟ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଚାଲିଛି।

Leave A Reply

Your email address will not be published.