ପ୍ରମାଣ ଅଭାବରୁ ମୁକୁଳିଲେ ଗୁଜରାଟ ଦଙ୍ଗାର ୨୨ ଅଭିଯୁକ୍ତ, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଗାନ୍ଧିନଗର : ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଗୁଜରାଟର ଏକ ଅଦାଲତ ୨୨ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି।

ଏହି ୨୨ଜଣଙ୍କ ଉପରେ ୨ ଶିଶୁ ସମେତ ୧୭ଜଣଙ୍କୁ ହତ୍ୟାକରି ପୋଡି ଦେଇଥିବା ନେଇ ଅଭିଯୋଗ ରହିଥିଲା। ଏହି ମାମଲାରେ ୨୨ଜଣଙ୍କ ଉପରେ ମାମଲା ରୁଜୁ ହୋଇଥିବା ବେଳେ ଶୁଣାଣି ବେଳେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏ ନେଇ ଅଭିଯୁକ୍ତଙ୍କ ଓକିଲ ଗୋପାଲସିଂ ସୋଲଙ୍କୀ କହିଛନ୍ତି, ଜଷ୍ଟିସ ହର୍ଷ ଦ୍ୱିବେଦୀଙ୍କ ଖଣ୍ଡପୀଠ ୨୨ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେସନ କୋର୍ଟ ପ୍ରମାଣ ଅଭାବରୁ ଏଭଳି ରାୟ ଶୁଣାଇଥିବା କଥା ଗୋପାଲସିଂ କହିଛନ୍ତି।

ଅନ୍ୟପଟେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟରେ କହିଥିଲେ ଯେ ୨୦୦୨ ଫେବ୍ରୁଆରୀ ୨୮ ତାରିଖରେ ପଞ୍ଚମହଲ ଜିଲ୍ଲା ହଲୋଲରେ ୧୭ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୨ଜଣ ଶିଶୁ ମଧ୍ୟ ରହିଥିଲେ।

ଏହାପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ମୃତକଙ୍କ ଶବକୁ ପୋଡି ଦେଇଥିଲେ।

Leave A Reply

Your email address will not be published.