ଧନ ଅଭାବ ଦୂର କରିବ ଏସବୁ ଗଛ, ଘରେ ନିହାତି ଲଗାନ୍ତୁ

ସାଧାରଣତଃ ଲୋକେ ଘରକୁ ସୁନ୍ଦର ଦେଖାଯିବା ପାଇଁ ଗଛ ଲତା ଲଗାଇଥାନ୍ତି। ସେହିଭଳି କିଛି ଲୋକ ମଧ୍ୟ ଗାର୍ଡେନିଂର ସଉକ ମଧ୍ୟ ରଖିଥାନ୍ତି। କିନ୍ତୁ ଜାଣନ୍ତି କି ଏହି ଗଛ ଲତା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ। ଏହାକୁ ଘରେ ଲଗାଇବା ଦ୍ୱାରା କେବେ ବି ଧନର ଅଭାବ ରହେ ନାହିଁ…

ଘରର ଆଗ୍ନେୟ କୋଣରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। ଏପରି କରିବା ଘରେ ଧନବୃଦ୍ଧି ହେବ।
ପେଙ୍ଗସୁଇ ଅନୁସାରେ, ଘରେ କ୍ରାସୁଲା ନାମକ ଗଛ ଲଗାଇବା ବହୁତ ଶୁଭଫଳ ମିଳିଥାଏ। ଏହାର ସକାରାତ୍ମକ ପ୍ରଭାବ ଘରେ ପଡିଥାଏ।
ଘରେ ଲକ୍ଷ୍ମଣା ନାମକ ଗଛ ଲଗାଇବା ଦ୍ୱାରା ଘରର ଉନ୍ନତି ହୁଏ ଏବଂ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ମିଳିଥାଏ।
କଦଳୀ ଗଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କଦଳୀ ଗଛ ବିଷ୍ଣୁ ଭଗବାନର ପ୍ରିୟ ହୋଇଥିବାରୁ ଏହାକୁ ଘରର ଐଶାନ୍ୟ କୋଣରେ ଲଗାଇବା ଫଳରେ ପରିବାରରେ ସୁଖ ମିଳିଥାଏ।
ଘର ପାଖରେ ନଡ଼ିଆ ଗଛ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। ଏହି ଗଛ ରହିବା ଯୋଗୁଁ ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ।
ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ତୁଳସୀ ଗଛକୁ ଘରର ପୂର୍ବକୋଣରେ କିମ୍ବା ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ। ଫଳରେ ଅନେକ ରୋଗରୁ ମୁକ୍ତି ମିଳିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ, ଅଶ୍ୱଗନ୍ଧା ଗଛକୁ ଘରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଫଳରେ ଘରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଈଶ୍ୱର କୃପା କରିଥାନ୍ତି।

Leave A Reply

Your email address will not be published.