ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୧୬ରୁ ୨୦୨୨ ବର୍ଷ ମଧ୍ୟରେ ପାଣିରେ ବୁଡି ୯ ହଜାର ୯୮୨ ଜୀବନ ଯାଇଛି, ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ପଛକୁ ଏହା ଦ୍ଵିତୀୟ ସ୍ଥାନରେ ରହିଛି। ୨୦୨୨ ବର୍ଷରେ ପାଣିରେ ବୁଡି ୧୪୭୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦୨୧ରେ ୧୮୦୫, ୨୦୨୦ରେ ୧୮୪୦, ୨୦୧୯ରେ ୧୪୪୧, ୨୦୧୮ରେ ୧୪୦୬, ୨୦୧୭ର ୧୦୭୯ ଓ ୨୦୧୬ରେ ୯୩୫ ଜୀବନହାନି ହୋଇଥିଲା। ହାରାହାରି ଦେଖିଲେ ପାଣିରେ ବୁଡିବା ଯୋଗୁଁ ପ୍ରତିଦିନ ୪ ଜଣଙ୍କର ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷଟଙ୍କା ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି।
ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଆହୁରି ମଧ୍ୟ ଜଣା ପଡିଛି ଯେ ଗତବର୍ଷ ୯୧୭ଜଣ ବ୍ୟକ୍ତି ସର୍ପାଘାତରେ ମରିଥବା ବେଳେ ୧୫୯ ଜଣ ବଜ୍ରାଘାତରେ, ୧୪ ଜଣ ଗ୍ରୀଷ୍ମ ପ୍ରବାହରେ ଓ ୧୩ ଜଣ ଅଗ୍ନିବିପାକରେ ମରିଛନ୍ତି।

Prev Post
Next Post