ଓସ୍କାର ପାଇଁ ଜନ୍ମଦିନ ପାଳିଲେନି ସିଦ୍ଧାର୍ଥ ମାଲହୋତ୍ରା, କଲେ ଏମିତି ପୋଷ୍ଟ

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ବଲିଉଡ୍‌ରେ ୨୦୧୨ରେ କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବରୁଣ ଧାଓ୍ଵନ ଏବଂ ଆଲିଆ ଭଟ୍ଟ ତାଙ୍କ କୋ-ଷ୍ଟାର ଭାବେ ନଜର ଆସିଥିଲେ। ନିଜର ଦମ୍‌ଦାର୍‌ ଅଭିନୟକୁ ନେଇ ସେ ଦର୍ଶକଙ୍କ ମନ ଜିତିଥିଲେ। ଏଥିପାଇଁ ଆଜି ତାଙ୍କର ଖୁବ୍‌ ଅଧିକ ଫ୍ୟାନ୍‌ ଫଲୋଇଂ ମଧ୍ୟ ରହିଛନ୍ତି।

ତେବେ ସିଦ୍ଧାର୍ଥ ନିକଟରେ ତାଙ୍କର ୩୮ତମ ଜନ୍ମଦିନ ନିରାଡ଼ମ୍ବର ଭାବେ ପାଳିଛନ୍ତି। ସିଦ୍ଧାର୍ଥ ୧୬ ଜାନୁଆରୀ ୧୯୮୫ରେ ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ। ସିଦ୍ଧାର୍ଥ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି। ସେହି ଫଟୋ ସେୟାର କରି ସେ ବହୁତ ଭାବୁକ ହୋଇପଡ଼ିଛନ୍ତି।

ନିକଟରେ ସିଦ୍ଧାର୍ଥ ତାଙ୍କ କୁକୁର ଓସ୍କାରକୁ ହରାଇଛନ୍ତି ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ବଲିଉଡ୍‌ର ଅଭିନେତ୍ରୀ ଅନୁଷ୍କା ଶର୍ମା, ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ସିଦ୍ଧାର୍ଥଙ୍କ ୱାର୍କ ଫ୍ରଣ୍ଟ କଥା କହିବା ତ ତାଙ୍କୁ ୨୦୨୧ରେ ବିକ୍ରମ ବତ୍ରାଙ୍କ ଉପରେ ଆଧାରିତ ଫିଲ୍ମ ‘ଶେରଶାହ’ରେ ଦେଖିବାକୁ ମିଳିଥିଲା। ଏହା ପରେ ୨୦୨୩ରେ ‘ମିଶନ୍‌ ମଜନୁ’, ‘ଇଣ୍ଡିଆନ ପୋଲିସ୍‌ ଫୋର୍ସ’ ଭଳି ଫିଲ୍ମରେ ମଧ୍ୟ ସିଦ୍ଧାର୍ଥ ନଜର ଆସିବେ।
ଖୁବ୍‌ଶୀଘ୍ର ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ବିବାହ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.