ଛୁଆକୁ ତଣ୍ଟି କାଟି ମାରିବା ପରେ ଆତ୍ମହତ୍ୟା କଲା ସାବତ ମା’

କଟକ: ଆଜି ସକାଳୁ କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ଜୀବନ ହାରିଛି। ତେବେ ମହିଳାଜଣକ ଛୁଆର ନିଜ ମା’ ନୁହେଁ, ବରଂ ସାବତ ମା’ ବୋଲି ଜଣାପଡିଛି। ଖବର ପାଇ ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରହିଛି। ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.