ବଲିଉଡ ସୁନ୍ଦରୀଙ୍କ କରଓ୍ଵା ଚୌଥ

ଗତକାଲି ଥିଲା କରଓ୍ଵା ଚୌଥ, ପତିଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ ପାଳନ କରନ୍ତି ପତ୍ନୀ ! କାଲି କାଟ୍ରିନା କୈଫ୍, ଅଙ୍କିତା ଲୋଖାଣ୍ଡେ, ଶୀତଲ ଠାକୁର ଓ ମୌନୀ ରାୟ ଆଦି ବହୁ ବଲିଉଡ ଅଭିନେତ୍ରୀ କରଓ୍ଵା ଚୌଥ ପାଳନ କରିଛନ୍ତି । କାଟ୍ରିନା ଓ ଭିକି କୌସଲ ଗତ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିକଟରେ ବିକ୍ରାନ୍ତ ମେସିଙ୍କୁ ବିବାହ କରିଥିବା ଶୀତଲ ଠାକୁର ମଧ୍ୟ ତାଙ୍କର ପ୍ରଥମ କରଓ୍ଵା ଚୌଥ ପାଳିଛନ୍ତି। ସେହିପରି ଅଙ୍କିତା ଲୋଖାଣ୍ଡେ ଗତକାଲି ଏହି ବ୍ରତ ପାଳିଛନ୍ତି, ସେ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଗତକାଲି ପ୍ରଥମ କରଓ୍ଵା ଚୌଥ ପାଳିଥିବା ମୌନୀ ରାୟଙ୍କ ଗାଲରେ ସ୍ଵାମୀ ସୂରଜ ନାମ୍ବିଆରଙ୍କ ଚୁମ୍ବନ ଦେଉଥିବାର ଫଟୋ ଗଣମାଧ୍ୟମରେ ଭାଇରାଲ ହୋଇଛି ।

Leave A Reply

Your email address will not be published.