ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ଯକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ, ସେ ଏହି ପଦରେ ଦ୍ଵିତୀୟ ଥର ମୁକରିର ରହିବାର ସମ୍ଭାବନା କ୍ଷୀଣ ହୋଇଯାଇଛି। ତାଙ୍କ ସ୍ଥାନରେ କ୍ରିକେଟ ତାରକା ରୋଜର ବିନ୍ନି ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି, ବିସିସିଆଇ ଅଧ୍ୟକ୍ଷ ପଦପାଇଁ ସେ ମନୋନୟନ ପତ୍ର ଦାଖଲ କରି ସାରିଛନ୍ତି। ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ ବିନ୍ନି ଭାରତର ବିଶ୍ଵକପ ବିଜୟୀ ଦଳରେ ଖେଳିଛନ୍ତି, ତାଙ୍କୁ ବୋର୍ଡର ଅଧ୍ୟକ୍ଷ ପଦରେ ପାଇବା ଗୌରବର କଥା !