ଗର୍ଭାବସ୍ଥାରେ ନିଶ୍ଚୟ ଖାଆନ୍ତୁ କଦଳୀ, ଗର୍ଭସ୍ଥ ଶିଶୁର ହେବ ବିକାଶ

ଗର୍ଭଧାରଣ ସମୟରେ ପ୍ରତ୍ୟେକ ମହିଳା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। କାରଣ ଗର୍ଭାବସ୍ଥାରେ ଜଣେ ମହିଳା ଯାହା ଖାଏ ତା’ର ଜନ୍ମିତ ସନ୍ତାନର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଗର୍ଭାବସ୍ଥାରେ ଫଳ ଏବଂ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କଦଳୀ ଖାଇବା ଫାଇଦା…

କଦଳୀରେ ଭିଟାମିନ୍‌ ବି, ଭିଟାମିନ୍‌ ବି-୬ ଭରପୂର ଥାଏ। ଏହି ଭିଟାମିନ୍‌ ବାନ୍ତି କମ୍‌ କରିବାରେ ସାହାଯ୍ୟ କରିଥାଏ। ଗର୍ଭାବସ୍ଥାରେ ପ୍ରତିଦିନ ୨ଟି କଦଳୀ ଖାଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।

କଦଳୀରେ ପର୍ଯ୍ୟାପ୍ତ ପରିମାଣର ଫୋଲିକ୍‌ ଏସିଡ୍‌ ମିଳିଥାଏ। ଗର୍ଭଧାରଣ ବେଳେ ଫୋଲିକ୍‌ ଏସିଡ୍‌ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫୋଲିକ୍‌ ଏସିଡ୍‌ର ଅଭାବକୁ ଦୂର କରିବା ପାଇଁ ଖାଦ୍ୟରେ କଦଳୀ ଅନ୍ତର୍ଭୁକ୍ତ କରିବା ଭଲ।

ଗର୍ଭାବସ୍ଥାରେ ହଜମ ପ୍ରକ୍ରିୟା ସମସ୍ୟା ପ୍ରାୟତଃ ଦେଖାଯାଏ। ହଜମ ସମସ୍ୟାକୁ ଦୂର କରିବା ପାଇଁ କଦଳୀ ଖାଇପାରିବେ। କାରଣ, କଦଳୀରେ ଫାଇବରର ମାତ୍ରା ଅଧିକ, ଯାହା ଭଲ ହଜମ ଏବଂ ଅନ୍ତଃନଳୀରେ ଗତି କରିବାରେ ସାହାଯ୍ୟ କରିଥାଏ।

ଗର୍ଭାବସ୍ଥାରେ ସମସ୍ତଙ୍କ ସହିତ ନୁହେଁ, ଅଧିକାଂଶ ମହିଳାଙ୍କ ସହିତ ବିରକ୍ତି ଭାବ ଦେଖାଯାଏ। ଏହି ସମୟରେ କ୍ରୋଧ, ବିରକ୍ତ ହେବା ସାଧାରଣ। ମନୋବଳ ପରିବର୍ତ୍ତନ ହେବା ପାଇଁ ଆପଣ କଦଳୀ ଖାଇପାରିବେ।

Leave A Reply

Your email address will not be published.