ଖାଲି ପେଟରେ ଗ୍ରୀନ୍‌ ଟି ପିଉଥିଲେ ସାବଧାନ! ଦେଖାଦେଇ ପାରେ ଏସବୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ଫିଟ୍ ରହିବାକୁ ତ ଚାହୁଁଛନ୍ତି। କିନ୍ତୁ ବ୍ୟାୟାମ କରିବାକୁ କାହା ପାଖେ ବି ସମୟ ନାହିଁ। ଏଣୁ ଲୋକ ସ୍ୱାସ୍ଥ୍ୟକର ଖାଦ୍ୟ ସହ ପାନୀୟ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଗ୍ରୀନ୍‌ ଟି ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ରୋଗ ଦାଉରୁ ରକ୍ଷା କରିଥାଏ। ତେବେ ଗ୍ରୀନ ଟି ପିଇବାର ଏକ ନିୟମ ଅଛି। ମନଇଚ୍ଛା ଏହାକୁ ପିଇଲେ ଦେହ ଖରାପ ହେବା ଆଶଙ୍କା ରହିଛି। ତେବେ ଆଜି ଆସନ୍ତୁ ଜାଣିବା ଖାଲି ପେଟରେ ଗ୍ରୀନ୍‌ ଟି ପିଇଲେ କଣ ଅସୁବିଧା ହୁଏ …

ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ହୋଇଥାଏ।

ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡିଟି ହୋଇଥାଏ। ଏହା ଦ୍ୱାରା ଭୋକ ମରିଯାଏ। କିଛି ଖାଇବାକୁ ଇଚ୍ଛା ହୁଏ ନାହିଁ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ଏଣୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଦିନରେ ମଝିରେ ମଝିରେ ପିଇବାକୁ ବିଶେଷଜ୍ଞ ମତ ଦିଅନ୍ତି।

ଗ୍ରୀନ ଟିର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଏହାକୁ ଅଧିକ ପିଇଲେ ଗର୍ଭପାତର ବି ଆଶଙ୍କା ରହିଛି।

କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍‌ ରହିଛି। ଯଦିଓ ଏହାର ପରିମାଣ ବେଶ କମ୍‌ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଦେଇଥାଏ।

ଅଧିକ ଗ୍ରୀନ୍‌ ଟି’ ପିଇଲେ ଶରୀରରେ ଆଇରନର ଅଭାବ ଦେଖାଦିଏ। ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌, ଖାଦ୍ୟ ପଦାର୍ଥ ଏବଂ ପୋଷକ ତତ୍ତ୍ୱରୁ ହେଉଥିବା ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ।

Leave A Reply

Your email address will not be published.