ସୁଧୁରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥା, ଆରୋଗ୍ୟ କାମନା କରୁଛନ୍ତି ବଡ଼ ବଡ଼ ନେତା ମନ୍ତ୍ର

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି।

ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତକାଲିଠୁ ହୀରାବେନଙ୍କୁ ଅହମ୍ମଦାବାଦର ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଏଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି।

ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି।

ବୁଧବାର ପ୍ରଧାନମନ୍ତ୍ରୀ ମେଡିକାଲରେ ତାଙ୍କ ମା’ଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଅନ୍ୟପଟେ ବହୁ ବଡ଼ ବଡ଼ ନେତା ପ୍ରଧାନମନ୍ତ୍ରୀ ମା’ଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ପ୍ରମୁଖ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.