ଆଜି ଅନୁଗୁଳରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି- ବିଜେପି: ଗୋଟିଏ ଦିନରେ ରହିଛି ମୁଖ୍ୟମନ୍ତ୍ରୀ ଓ ତିନି ବିଜେପି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ଅନୁଗୁଳ : ଆଜି ଅନୁଗୁଳରେ ଶକ୍ତି ପ୍ରଦର୍ଶନ କରିବେ ବିଜେଡି- ବିଜେପି ସରଗରମ ହେବ ରାଜନୀତି।
ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଗସ୍ତ କରୁଛନ୍ତି।
ଏ ଅବସରରେ ମୁଖ୍ୟମନ୍ତ୍ରୀ ବହୁ ଯୋଜନାର ଶୁଭାରମ୍ଭ କରିବେ।
ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାର ୧୮ ଶହ ୫ କୋଟି ଟଙ୍କା ବ୍ୟୟରେ ମୋଟ୍ ୧୫୪୧ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏଥିସହ ୭ ହଜାର ୪ ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୭୫ ହଜାର ସ୍ୱାବଲମ୍ବୀ ମହିଳାଙ୍କୁ ୨୪୨ କୋଟି ଟଙ୍କାର ଋଣ ଓ ପ୍ରୋତ୍ସାହନ ପ୍ରଦାନ କରିବେ।
ଏହା ପରେ ସେ ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡର ଶୁଭାରମ୍ଭ କରିବା ସହ ପାଳଲହଡ଼ାରେ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମିତ ହେରିଟେଜର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ପରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।