ଏଣିକି WhatsApp ରେ ବି କରିପାରିବେ ନିଜ ଅବତାର, ଜାଣନ୍ତୁ ପୂରା ପ୍ରୋସେସ୍

ଏଣିକି ହ୍ଵାଟ୍ସଆପରେ କରିପାରିବେ ନିଜ ଅବତାର। ହ୍ୱାଟ୍‌ସଆପ୍‌ ୟୁଜରମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ହ୍ଵାଟ୍ସଆପ୍‌ ପ୍ରତ୍ୟେକ ଦିନ ୟୁଜର୍ସଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର ଲଞ୍ଚ୍‌ କରେ। ତେବେ ବର୍ତ୍ତମାନ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ହ୍ୱାଟ୍ସଆପ୍ ପାଇଁ ଏକ ନୂତନ ଡିଜିଟାଲ୍ ଅବତାର ଘୋଷଣା କରିଛନ୍ତି। ଏହି ବିକଳ୍ପ ଏବେ ସବୁ ଫୋନରେ ଉପଲବ୍ଧ ହେଲାଣି। ଏହି ଅବତାର ଫିଚର ବ୍ୟବହାର କରି ଆପଣ ଚାଟିଂକୁ ଅଧିକ ମଜାଦାର କରିପାରିବେ। ତେବେ ଆସନ୍ତୁ ଜାଣିବା ହ୍ଵାଟ୍ସଆପରେ କେମିତି ବନାଇବେ ନିଜ ଅବତାର ।

ପ୍ରଥମେ ନିଜ iOS କିମ୍ବା ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟ୍‌ସଆପ୍‌ ଆପ୍ ଖୋଲନ୍ତୁ ।
ଏବେ ଏକ ଚାଟ୍ ଖୋଲନ୍ତୁ ଏବଂ ମେସେଜ ବକ୍ସରେ ଷ୍ଟିକର୍ ଟ୍ୟାପ୍ କରନ୍ତୁ। ଆଣ୍ଡ୍ରଏଡରେ ଷ୍ଟିକର୍ ଅପସନ ଇମୋଜି ଟ୍ୟାବରେ ରହିଛି, ଯାହା GIF ସହିତ ସମାନ।
ଏବେ ଅବତାର କ୍ରେଟଲ ଟୁଲବକ୍ସରେ ଆପଣଙ୍କ ଅବତାର ତିଆରି କରିବା ଆରମ୍ଭ କରନ୍ତୁ। ଏଥିରେ ବିଭିନ୍ନ ହେୟାର ଷ୍ଟାଇଲ, ପୋଷାକ, ଚେହେରାର ଆକାର, ଆଖି ଏବଂ ନାକ ସେଟ୍ କରିପାରିବେ ।
ଅବତାରରେ ନିଜ ଚେହେରାର ଫିଚର୍ସ କପି କରିପାରିବେ । ଏଥିପାଇଁ କେବଳ ସ୍କ୍ରିନ୍ ର ଡାହାଣ ପାର୍ଶ୍ୱରେ ଥିବା ମିରର ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ। ଆଇକନ୍ ସାମ୍ନା କ୍ୟାମେରା ଟର୍ନ୍ ଅନ୍ କରନ୍ତୁ ଏବଂ ଏକ ଛୋଟ ବକ୍ସ ଖୋଲିବ ଯେଉଁଥିରେ ନିଜକୁ ଦେଖିପାରିବେ।
ଏହା ପରେ ଅବତାର ଆପଣଙ୍କୁ ଏକ ଷ୍ଟିକର୍ ଭାବରେ ଦେଖାଯିବ । ଏଠାରେ ଇଚ୍ଛା ଅନୁଯାୟୀ ସେଗୁଡ଼ିକୁ ଆପଣଙ୍କ ସାଙ୍ଗମାନଙ୍କ ନିକଟକୁ ପଠାଇ ପାରିବ ।
ଏହି ଅବତାର ଅବିକଳ ଆପଣଙ୍କ ଭଳି ହିଁ ନଜର ଆସିବ।

Leave A Reply

Your email address will not be published.