ଚମ୍ପୁଆ ଉପଖଣ୍ଡ ମେଡିକାଲରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ସୁରକ୍ଷାକର୍ମୀ କରୁଛନ୍ତି ଚିକିତ୍ସା

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ସୁରକ୍ଷାକର୍ମୀଙ୍କ ହାତରେ ଚାଲିଛି ସ୍ୱାସ୍ଥ୍ୟସେବା। ଜଣେ ସୁରକ୍ଷାକର୍ମୀ ହସ୍ପିଟାଲରେ ଚିକିତ୍ସା କରୁଥିବା ଭିଡ଼ିଓ ଭାଇରାଲ ହେବା ପରେ କଥା ପଦାକୁ ଆସିଛି। ଏହି ମେଡିକାଲରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବଦଳରେ ଜଣେ ମହିଳା ସୁରକ୍ଷାକର୍ମୀ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି।

ସୂଚନା ମୁତାବକ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚମ୍ପୁଆ ଗୋଧୂଳି ଗାଁର ଜଣେ ନାବାଳିକାଙ୍କୁ ରକ୍ତ ଦିଆଯାଉଥିଲା। ଏହି ସମୟରେ ପାଇପ୍‌ରେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇ ପାରୁନଥିଲା। ଏ ନେଇ ନାବାଳିକାଙ୍କ ବାପା ସ୍ୱାସ୍ଥ୍ୟ କର୍ମୀଙ୍କୁ ଖୋଜିଥିଲେ ବି ପାଇନଥିଲେ। ତାଙ୍କ ବ୍ୟସ୍ତତା ଦେଖି ଜଣେ ମହିଳା ସୁରକ୍ଷାକର୍ମୀ ଦୌଡ଼ି ଆସିଥିଲେ ଓ ରୋଗୀଙ୍କ ସହାୟତା କରିଥିଲେ। ଡାକ୍ତରଖାନାରେ ଥିବା କେହି ବ୍ୟକ୍ତି ସେହି ସମୟର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରିଛନ୍ତି। ଫଳରେ ଏବେ ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

Leave A Reply

Your email address will not be published.