ଶୀତଦିନେ ନିଶ୍ଚୟ ଖାଆନ୍ତୁ ବ୍ଲୁ ବେରୀ, ଦୂର ହେବ ଶରୀରର ସବୁ ସମସ୍ୟା

ଶୀତଦିନେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଫଳ ଭିତରୁ ବ୍ଲୁ ବେରୀ ନାଁ ଶୁଣିଲେ ଲୋଭ ଲାଗେ। ଖୁବ କମ ଲୋକ ଜାଣିଥିବେ ଯେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାବୋନଏଡ଼ ଭଳି ପୋଷାକ ତତ୍ତ୍ୱରେ ଭରପୂର ବ୍ଲୁ ବେରୀ ସେବନ କଲେ ବହୁ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ। ଏହା ଶରୀରକୁ ଭିତରୁ ମଜଭୁତ ରଖେ। ଖାଲି ସେତିକି ନୁହେଁ, ସୌନ୍ଦର୍ଯ୍ୟ ବୃଦ୍ଧିରେ ବି ଏହା ବିଶେଷ ସହାୟକ ହୁଏ।

ଅନ୍ୟ ଦିନ ତୁଳନାରେ ଶୀତ ଦିନରେ ଅଧିକ ତ୍ୱଚାଜନିତ ସମସ୍ୟା ଦେଖାଦିଏ। କାରଣ ଶୀତ ଦିନରେ ସ୍କିନକୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ମିଳିପାରିନଥାଏ। ଶୀତ ଦିନ ଆସିବା ମାତ୍ରେ ଲୋକେ ଚର୍ମର ଯତ୍ନ ପାଇଁ ଅନେକ ଘରୋଇ ଉପଚାର ଆପଣାଇବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ, ଶୀତଦିନେ କେବଳ ବଡି ଲୋସନ କିମ୍ବା ହୋମ୍‌ ରେମେଡିଜ ଦ୍ୱାରା ଚର୍ମ ଜନିତ ସମସ୍ୟା ଦୂର ହୁଏନି। ଏଥିପାଇଁ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ। ସେଥିପାଇଁ ଶୀତ ଦିନରେ ଖାଇବା ପାଇଁ କିଛି ଖାଦ୍ୟ ମଧ୍ୟ ରହିଛି, ଯାହା ଶୀତ ଦିନରେ ଚର୍ମକୁ ସୁସ୍ଥ ଓ ସତେଜ ରଖିଥାଏ। ତେବେ ଆସନ୍ତୁ ଜାଣିବା ବ୍ଲୁ ବେରୀ ଖାଇବାର ଫାଇଦା …

ପ୍ରତିଦିନ ବ୍ଲୁ ବେରୀ ଖାଇବା ଦ୍ୱାରା ମସ୍ତିଷ୍କ ତୀବ୍ର ଭାବରେ କାମ କରିଥାଏ। ଏହା ଆଲଜାଇମର ପରି ରୋଗ ଦାଉରୁ ବି ରକ୍ଷା କରିଥାଏ। ଏହା ସହ ଫାଇଟୋନ୍ୟୁଟ୍ରିଏଣ୍ଟ, ମିନେରାଲ୍ସ ଓ ଭିଟାମିନ ମସ୍ତିଷ୍କ କୋଷିକାଗୁଡିକର ବିକାଶ କରିଥାଏ।

ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ବି ବ୍ଲୁ ବେରୀ ସାହାଯ୍ୟ କରେ।

କ୍ୟାନ୍ସର ପରି ମାରାତ୍ମକ ରୋଗର ଆଶଙ୍କାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରିବାରେ ଏହି ଫଳ ସାହାଯ୍ୟ କରିଥାଏ। ଲିଭର ସଂକ୍ରମଣରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ।

ପ୍ରତିଦିନ ଏହାକୁ ସେବନ କଲେ ନର୍ଭସ ସିଷ୍ଟମ ଠିକ ରହିଥାଏ, ଫଳରେ ଡିପ୍ରେସନ ସମସ୍ୟା ରହେ ନାହିଁ।

ହୃଦ ରୋଗୀଙ୍କ ପାଇଁ ଏହି ଫଳ ଅମୃତ ସମାନ ହୋଇଥାଏ। ବ୍ଲୁ ବେରୀ ହାର୍ଟ ଆଟାକ ଓ ଷ୍ଟ୍ରୋକର ଆଶଙ୍କାକୁ କମ୍‌ କରିଥାଏ।

ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ଏହା ଲାଭଦାୟୀ ହୋଇଥାଏ। ପ୍ରତିଦିନ ବ୍ଲୁ ବେରୀ ସେବନ କଲେ ଦୀର୍ଘ ଦିନର ପାଚନ ଜନିତ ସମସ୍ୟା ଦୂର ହୁଏ।

Leave A Reply

Your email address will not be published.