ଗଞ୍ଜାମ (ଆଶିଷ କୁମାର ଗୌଡ଼) – ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ୁମା କୁମ୍ପା ଠାରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ।
ସୂଚନା ଅନୁଯାଇ କୌଣସି ସୂତ୍ରରୁ ଖବର ପାଇ ଡ଼ୁମା କୁମ୍ପା ଓ ଗୁଡ଼ି ପଦର କେନାଲ ନିକଟରେ ଚାଲିଥିବା ଦୁଇ ଜୁଆ ଆଡାରେ ଚଢ଼ାଉ କରି ଛଅ ଯୁଆଡ଼ିଙ୍କୁ ଗିରଫ କରିବା ସହ 75 ହଜାର ଟଙ୍କା, ପାଞ୍ଚଟି ମୋବଇଲ ଫୋନ ଏବଂ ଦୁଇଟି ଗାଡି ଜବତ କରିଛି ଭଞ୍ଜନଗର ପୋଲିସ।
ଏନେଇ କେଶ ନଂ 723/22, 724/22 ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି