ସାଥୀଙ୍କର ଦିଅନ୍ତୁ ସାଥ୍: ସମ୍ପର୍କକୁ ମଜଭୁତ କରିବାକୁ କରନ୍ତୁ ଏ ସବୁ କାମ

କୁହାଯାଏ ଖରାପ ସମୟରେ ହିଁ ପ୍ରତ୍ୟେକ ସମ୍ପର୍କର ମୂଲ୍ୟ ବୁଝାପଡ଼େ। ରିଲେସନସିପରେ ଯିଏ ଖରାପ ସମୟରେ ନିକଟରେ ଛିଡ଼ା ହୁଏ ବାସ୍ତବରେ ସେ ହିଁ ପ୍ରକୃତ ପ୍ରେମ କରିଥାଏ। ଯଦି ପାର୍ଟନରଙ୍କ ଖରାପ ସମୟରେ ଆପଣ ତାଙ୍କ ପାଖରେ ଠିଆ ହୁଅନ୍ତି, ତେବେ ଏହା ସମ୍ପର୍କକୁ ଅଧିକ ମଜଭୁତ କରିଥାଏ। ଆସନ୍ତୁ ଜାଣିବା ସମ୍ପର୍କକୁ ମଜଭୁତ କରିବାକୁ କ’ଣ କରିବା ଆବଶ୍ୟକ…

ପାର୍ଟନରଙ୍କ ସହ କଥାବାର୍ତ୍ତା କରନ୍ତୁ:

କଠିନ ସମୟରେ ହେଉ କି କୌଣସି ବି ପରିସ୍ଥିତିରେ ପାର୍ଟନରଙ୍କୁ ଏକା ଛାଡ଼ନ୍ତୁ ନାହିଁ। ତାଙ୍କ ସହ କଥାବାର୍ତ୍ତା କରନ୍ତୁ। ତାଙ୍କ କଥାକୁ ଗୁରୁତର ସହ ଶୁଣନ୍ତୁ, ଯେମିତି ତାଙ୍କୁ ଜଣାପଡ଼ିବ ଯେ ସେ ଏକାକୀ ନୁହଁନ୍ତି। କଥାବାର୍ତ୍ତା ଦ୍ୱାରା ତାଙ୍କ ମନ ଟିକେ ହାଲକା ହୋଇଯିବ।

ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ:

ଯଦି ଆପଣଙ୍କ ପାର୍ଟନର କିଛି କଥାକୁ ନେଇ ଅସୁବିଧାରେ ଅଛନ୍ତି ଓ ଏକ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଭଲ ସମୟ କଥା ମନେ ପକାନ୍ତୁ। କିଛି ବି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ମନେ ରଖନ୍ତୁ, ଆଜି ନାହିଁ ତ କାଲି ଖରାପ ସମୟ ଚାଲିଯିବ ଓ ଆପଣଙ୍କ ରିଲେସନ ପୁଣି ହସି ଉଠିବ।

କେୟାର କରିବାରେ ଅଭାବ ରଖନ୍ତୁ ନାହିଁ:

ଖରାପ ସମୟ ସରିଯିବ, ହେଲେ ସେହି ସମୟ ଲୋକଙ୍କୁ ଚିହ୍ନାଇ ଦେଇଯାଏ। ଯଦି ଆପଣଙ୍କ ପାର୍ଟନରଙ୍କ ଏପରି କିଛି ସମୟ ଚାଲୁଛି ତେବେ ତାଙ୍କର ଯତ୍ନ ନିଅନ୍ତୁ। ସେ ଖୁସି ଅନୁଭବ କରିବେ।

Leave A Reply

Your email address will not be published.