ତ୍ୱଚାର ଚମକ ବଢ଼ାଇବ ଅମୃତଭଣ୍ଡା ଫେସ୍‌ ପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ଯେତେବେଳେ ବି ମହିଳାମାନେ ବିୟୁଟି ପାର୍ଲରକୁ ଯାଆନ୍ତି। ସେମାନେ ପ୍ରାୟତଃ ପପେୟା କ୍ଲିନଅପ୍‌ ଏବଂ ପପେୟା ଫେସିଆଲ କରିବାକୁ ପସନ୍ଦ କରନ୍ତି। ସେଗୁଡ଼ିକ କୃତ୍ରିମ କ୍ରିମ୍‌ ଏବଂ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ, ଯାହା ଆପଣଙ୍କ ଚେହେରାକୁ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଘରେ ଅମୃତ ଭଣ୍ଡା ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରିବେ, ତେବେ ଏହା ଅଧିକ ଫାଇଦା ଦେବ। ଅମୃତ ଭଣ୍ଡାରୁ ଅନେକ ଭିଟାମିନ୍‌ ଏବଂ ମିନେରାଲ୍ସ ମିଳିଥାଏ, ଯାହା ଚର୍ମ ପାଇଁ ଲାଭଦାୟକ। ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ଯେ କଞ୍ଚା ଅମୃତଭଣ୍ଡା ଚର୍ମରେ ଥିବା କ୍ଷତକୁ ଶୀଘ୍ର ଭଲ କରିଥାଏ। ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିବେ ଭଣ୍ଡା ଫେସ୍‌ପ୍ୟାକ୍‌…

ଅଧା କପ୍‌ ପାଚିଲା ଅମୃତଭଣ୍ଡା ନେଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ତା’ପରେ ସେଥିରେ ଦୁଇ ଚାମଚ କ୍ଷୀର ଏବଂ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ। ବର୍ତ୍ତମାନ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ ହୋଇଗଲା। ଏହାକୁ ମୁହଁ ଏବଂ ବେକରେ ଲଗାଇ ୧୫ ମିନିଟ୍‌ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଚେହେରା ପୂର୍ବ ଅପେକ୍ଷା ଅଧିକ ଚମକିବ। ଏହି ଫେସ୍‌ ପ୍ୟାକ ଚର୍ମକୁ ହାଇଡ୍ରେଟ୍‌ କରିଥାଏ। ଏଥିସହ ଦାଗ ଏବଂ ମୃତ ଚର୍ମକୁ ବାହାର କରିଥାଏ। ଅମୃତଭଣ୍ଡା ଫେସ୍‌ ପ୍ୟାକ୍‌ ଶୀତଦିନେ ମଧ୍ୟ ଆପଣଙ୍କ ଚର୍ମକୁ ଶୁଷ୍କ କରିବ ନାହିଁ।
ଚର୍ମରୁ ଟ୍ୟାନିଂ ହଟାଇବା ପାଇଁ ଅମୃତଭଣ୍ଡା ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ସେଥିରେ ଅଳ୍ପ ବୁନ୍ଦା ଅଲିଭ୍‌ ତେଲ ଏବଂ ଲେମ୍ବୁ ପକାନ୍ତୁ। ଏହା ସହ ଏକ ଚାମଚ ହଳଦୀ ମଧ୍ୟ ମିଶାନ୍ତୁ। ତା’ପରେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଫେସରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ଆପଣଙ୍କ ଟ୍ୟାନିଂକୁ ହଟାଇବ।
ଯଦି ଘରେ କଦଳୀ ଅଛି, ତେବେ ଏହାକୁ ଅମୃତ ଭଣ୍ଡା ସହିତ ମିଶାନ୍ତୁ। ଉଭୟକୁ ଭଲ ଭାବରେ ମିଶ୍ରଣ କରନ୍ତୁ। ତା’ପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

Leave A Reply

Your email address will not be published.