ଆଜିଠୁ ହକି ମହାକୁମ୍ଭ: ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ- ଫ୍ରାନ୍ସ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିଅମରେ ଓଡ଼ିଶା ହକି ପୁରୁଷ ବିଶ୍ଵକପ୍ ଆରମ୍ଭ ହେବ।
ଆଜି କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଟି ଶକ୍ତିଶାଳୀ ହକି ଦଳ। ଆର୍ଜେଣ୍ଟିନାକୁ ସାମ୍ନା କରିବ ସାଉଥ ଆଫ୍ରିକା ଦଳ। ସେହିଭଳି ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧରେ ହେବ ଘମାଘୋଟ ଲଢେଇ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ଟାଇଟଲ ହାସଲ କରିଥିବା ବେଳେ ଫ୍ରାନ୍ସ ଥରେ ବି ବିଜୟୀ ହୋଇ ନଥିବା ଜଣାଯାଇଛି। ଜାନୁୟାରୀ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱକପରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି।

Leave A Reply

Your email address will not be published.