ଇଡି ହାତକୁ ଗଲା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ବିଳାସପୂର୍ଣ୍ଣ ଘର

ଭୁବନେଶ୍ୱର: ଇଡି ହାତକୁ ଗଲା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ବିଳାସପୂର୍ଣ୍ଣ ଘର। ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ବିଳାସପୂର୍ଣ୍ଣ ଘରକୁ ଇଡି ଆଟାଚ୍‌ କରିଛି।

ଏହି ଘରର ମୂଲ୍ୟ ୩ କୋଟି ୪୦ ଲକ୍ଷ ହେବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକଳନ କରିଛି, ଏହା ସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ।

ଅର୍ଚ୍ଚନା ନାଗଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ବିରୋଧରେ ବି ଚାର୍ଜସିଟ୍‌ ଦାଖଲ ହୋଇଛି। ଅଭିଯୁକ୍ତ ତାଲିକାରେ ଶ୍ରଦ୍ଧାଞ୍ଜଳି ଅଛନ୍ତି। ମୋଟ ୪ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି।

ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ କରିପାରେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସବୁ ତଥ୍ୟ ପ୍ରମାଣ ଏଥିରେ ରହିଛି । ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଉଲ୍ଲେଖ କରିଛି।

Leave A Reply

Your email address will not be published.