ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶିଖ ଆତଙ୍କବାଦୀ ଧମକ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବଠିଣ୍ଡାରେ ତ୍ରିରଙ୍ଗା ପତାକା ନ ଉଡ଼ାଇବାକୁ ଧମକ ଦେଇଛି ଶିଖ୍ ଫର ଜଷ୍ଟିସ ସଂଗଠନର ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ।

ଆତଙ୍କବାଦୀ ପନ୍ନୁ ବଠିଣ୍ଡା ସହରର ବିଭିନ୍ନ ଅଂଚଳରେ ଖାଲିସ୍ତାନ ଜିନ୍ଦାବାଦ ପୋଷ୍ଟର ଲଗାଇଥିବା ବେଳେ, ଏକ ଭିଡିଓ ରିଲିଜ୍ କରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଧମକ ଦେଇ କହିଛି ଯେ ଯଦି ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି, ତେବେ ତାଙ୍କ ଉପରେ ଆରପିଜି(ରକେଟ ଲଂଚର)ରେ ଆକ୍ରମଣ ହେବ।

ପନ୍ନୁ ହିନ୍ଦୁମାନଙ୍କୁ ମଧ୍ୟ ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ସତର୍କ କରାଇ କହିଛି ଯେ ହିନ୍ଦୁମାନେ ସାଧାରଣତନ୍ତ୍ର ଦିବସରେ ଯୋଗଦେଲେ, ସେମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ ।

Leave A Reply

Your email address will not be published.