ଓସ୍କାର ପାଇଁ ମନୋନୀତ ହେଲା ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ, ପୂର୍ବରୁ ପାଇଛି ଗୋଲଡେନ ଗ୍ଲୋବ ଆୱାର୍ଡ

ମୁମ୍ବାଇ: ଜଣାଶୁଣା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି। ଚଳିତବର୍ଷ ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ମୋଟ୍ ୫ଟି ଗୀତ ମନୋନୀତ ହୋଇଥିବା ବେଳେ ସେଥିପାଇଁ ନାଟୁ ନାଟୁ ଅଛି। ପୂର୍ବରୁ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ ନାଟୁ ଗୋଲଡେନ ଗ୍ଲୋବ ଆୱାର୍ଡ ପାଇଥିଲା।

ସୂଚନାଯୋଗ୍ୟ, ଏସଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ, ଜୁନିୟର ଏନଟିଆର, ଅଜୟ ଦେବଗନ, ଆଲିଆ ଭଟ୍ଟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଜଣାଯାଇଛି।

Leave A Reply

Your email address will not be published.