ସିନ୍ଦେଙ୍କ ଘରେ ଶରଦ ପାଓ୍ଵାର : ସମୀକ୍ଷକ ବାରୁଛନ୍ତି ରାଜନୀତିର ଗନ୍ଧ

ଶିବସେନାରେ ବିଭାଜନ ଘଟାଇ ଉଦ୍ଧବ ଥାକରେଙ୍କ ମହା ବିକାଶ ଆଘାଡି ସରକାରର ପତନ ଘଟାଇ ବିଜେପି ସହଯୋଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଶରଦ ପାୱାର ତାଙ୍କୁ ଭେଟି ଆଲୋଚନା କରିଛନ୍ତି, ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି ଉଦ୍ଧବ ଥାକରେ ବିଦେଶ ଗସ୍ତରେ ଅଛନ୍ତି, ଏହି ସମୟରେ ଦୁଇ ନେତାଙ୍କ ଏକାଠି ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
କୁହାଯାଇଛି ଆଗକୁ ଅନୁଷ୍ଠିତ ହେବାକୁ ଥିବା ମରାଠା ମଣ୍ଡଳର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ଏନସିପି ସୁପ୍ରିମୋ ସିନ୍ଦେଙ୍କ ସରକାରୀ ବାସଭବନକୁ ଯାଇଥିଲେ, ଶ୍ରୀ ପାୱାର ମୁମ୍ବାଇସ୍ଥିତ ମରାଠା ମଣ୍ଡଳର ସଭାପତି ଅଛନ୍ତି। ମାତ୍ର ରାଜନୈତିକ ସମୀକ୍ଷକମାନେ ଏହା ପଛରେ ରାଜନୀତିର ଗନ୍ଧ ବାରୁଛନ୍ତି।

Leave A Reply

Your email address will not be published.