ନୂଆବର୍ଷରେ ରଣବୀର କପୁରଙ୍କ ‘ଆନିମଲ୍‌’ର ଫାଷ୍ଟ ଲୁକ୍‌ ରିଲିଜ

ନୂଆବର୍ଷକୁ ସ୍ୱାଗତ କରି ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଆନିମଲ୍‌’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି। ଆନିମଲ୍‌ ପୋଷ୍ଟରରେ ରଣବୀର କପୁରଙ୍କ ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି।
ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ପୋଷ୍ଟରରେ ରଣବୀର ହାତରେ କୁରାଢ଼ୀ, ମୁହଁରେ ସିଗାରେଟ ଏବଂ ରକ୍ତରେ ଜୁଡୁବୁଡୁ ହୋଇଥିବାର ନଜର ଆସିଛନ୍ତି। ଫିଲ୍ମ ‘ଶମଶେରା’ ଠାରୁ ନିଶ୍ଚିତ ଭଲ ହେବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବାର ଯୋଜନା ରହିଛି। କିନ୍ତୁ ଏହି ଫିଲ୍ମର ରିଲିଜ ଡେଟ୍‌ ଘୋଷଣା ହୋଇନାହିଁ। ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିରେ ବଲିଉଡ୍‌ କଳାକର ଅନୀଲ କପୁର, ବବି ଦେଓଲ ମଧ୍ୟ ନଜର ଆସିବେ। ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ସନ୍ଦୀପ ରେଡ୍ଡୀ ବାଙ୍ଗା। ସନ୍ଦୀପଙ୍କ ସହ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିବା ନେଇ ଅନିଲ କହିଛନ୍ତି।
ରିପୋର୍ଟ ମୁତାବକ, ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମ ପାଇଁ ପରିଣୀତି ଚୋପ୍ରାଙ୍କୁ ନେବା ପାଇଁ ଉତ୍ସାହିତ ଥିଲେ। କିନ୍ତୁ ପରିଣୀତି ସମୟ ଅଭାବ ଯୋଗୁଁ ଫିଲ୍ମ ପାଇଁ ମନା କରିଦେଇଥିଲେ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ସାଜିବେ ରଶ୍ମିକା। ଦୁହିଁଙ୍କ ଯୋଡ଼ି ପରଦାରେ ଧମାଲ କରିବେ ବୋଲି ସମସ୍ତଙ୍କର ଆଶା ରହିଛି।

Leave A Reply

Your email address will not be published.