ଦିଲ୍ଲୀବାସୀଙ୍କ ଉପରେ କାହିଁକି ଏତେ ନାରାଜ ପ୍ରଧାନମନ୍ତ୍ରୀ : କେଜେରିବାଲ

ଦିଲ୍ଲୀ ସରକାରଙ୍କ ବାର୍ଷିକ ବଜେଟକୁ ରୋକିଛନ୍ତି କେନ୍ଦ୍ର ସରକାର । ଗତ ୧୭ ତାରିଖରେ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବଜେଟକୁ ମଞ୍ଜୁରି ଦେବାକୁ ମନା କରିଥିଲେ କେନ୍ଦ୍ର ସରକାର। ବିଜ୍ଞାପନ ବାବଦକୁ ଅଧିକ ଅର୍ଥ ବରାଦ କରାଯାଇଥିବାରୁ ଏପରି କରାଯାଇଛି ବୋଲି କୁହାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ ବଜେଟ ପ୍ରସ୍ତାବରେ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟ ପାଇଁ କମ ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ବିଜ୍ଞାପନ ବାବଦକୁ ଅଧିକ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ଗୃହ ମନ୍ତ୍ରାଳୟ ଆପ୍ ସରକାରକୁ ସ୍ପଷ୍ଟୀକରଣ ମାଗିଛି । ଦିଲ୍ଲୀର ବଜେଟ ୭୮୮୦୦ କୋଟି ରହିଛି । ଏଥିରେ ଭିତ୍ତିଭୂମି ବିକାଶ ପାଇଁ ୨୨୦୦୦ କୋଟି ଓ ବିଜ୍ଞାପନ ବାବଦକୁ ୫୫୦ କୋଟି ଖର୍ଚ୍ଚ ହେବାପାଇଁ ବରାଦ ରଖାଯାଇଛି, ଗତ ଆର୍ଥିକ ବର୍ଷରେ ମଧ୍ୟ ବିଜ୍ଞାପନ ବାବଦକୁ ସମାନ ପରିମାଣ ରାଶି ଖର୍ଚ୍ଚ ହୋଇଥିଲା ବୋଲି ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି ।ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟ ବଜେଟକୁ ନଅଟକାଇବା ପାଇଁ ଅନୁରୋଧ କରିଛନ୍ତି।ଏଭଳି ଅଦ୍ଭୁତ ଘଟଣା ଦିଲ୍ଲୀ ଇତିହାସରେ ପ୍ରଥମ କରି ଘଟିଥିବା ଦର୍ଶାଇ ସେ ପ୍ରଶ୍ନ କରିଛନ୍ତି ଯେ ଦିଲ୍ଲୀବାସୀଙ୍କ ଉପରେ କାହିଁକି ଏତେ ନାରାଜ ପ୍ରଧାନମନ୍ତ୍ରୀ !

Leave A Reply

Your email address will not be published.