ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଠୁଆରେଡି ଗ୍ରାମର ଜୀତେନ୍ଦ୍ର ଜେନାଙ୍କ ଘରେ ଗତକାଲି ରାତି ଗୋଟାଏ ବେଳେ ଘଟିଛି ଏକ ଅଭାବିତ ଦୁର୍ଘଟଣା, ଘର ଭିତରେ ନିଜର ବିଦ୍ଯୁତ ଚାଳିତ ଗାଡିର ବ୍ଯାଟେରିକୁ ଚାର୍ଜରେ ବସାଇ ଦେଇ ଶୋଇ ପଡିଥିଲେ ଶ୍ରୀ ଜେନା, ତାଙ୍କ ସ୍ତ୍ରୀ ଓ ଦୁଇବର୍ଷର ଝିଅ ନିଦରେ ଶୋଇ ପଡିଥିଲା ବେଳେ ରାତି ପ୍ରାୟ ଗୋଟାଏ ବେଳେ ହଠାତ ଭୀଷଣ ଶବ୍ଦକରି ବ୍ଯାଟେରି ଫାଟି ଯାଇଥିଲା। ଶବ୍ଦ ଶୁଣି ଭୟଭୀତ ହୋଇ ସେମାନେ ବାହାରକୁ ଦୌଡି ପଳାଇବା ହେତୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ, ମାତ୍ର ନିଆଁଧାସରେ କୋଠରୀ ଭିତର କଳା ପଡିଯାଇଛି।