ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ସ୍ଥାନୀୟ ମନତ୍ରିମୁଣ୍ଡା ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ୩୮ ବର୍ଷ ବୟସ୍କ ପୃଥ୍ଵୀରାଜ ମହାନନ୍ଦଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି, ଶ୍ରୀ ମହାନନ୍ଦ ୬ ନମ୍ବର ଓ୍ଵାର୍ଡରେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ପଡିଥିବାର ଦେଖି ପଡୋଶୀମାନେ ପୋଲିସରେ ଖବର ଦେଇଥିଲେ। ମୃତ ପୃଥ୍ଵୀରାଜଙ୍କ ବେକରେ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଥିବା ଦୃଷ୍ଟିରୁ ଏହାକୁ ହତ୍ୟାକାଣ୍ଡ ବୋଲି କହିଛି ପୋଲିସ।