ହାଡ଼ ଦୁର୍ବଳ ହେଲେ ଦେଖାଦିଏ ଏସବୁ ସଂକେତ, ଆଦୌ କରନ୍ତୁନି ଅଣଦେଖା

ପିଲା ହୁଅନ୍ତୁ କି ବୟସ୍କ, ସମସ୍ତଙ୍କ ହାଡ଼ ମଜଭୁତ୍‌ ହେବା ଆବଶ୍ୟକ। କାରଣ ହାଡ଼ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡୁଛି। ବିଭିନ୍ନ ପ୍ରକାର ରୋଗ ହେବା ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଖାଲି ସେତିକି ନୁହେଁ, ହାଡ଼ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଉଛି।
ହାଡ଼ ଦୁର୍ବଳ ହେବାର ଏକ ମୁଖ୍ୟ କାରଣ ହେଉଛି କ୍ୟାଲସିୟମ୍‌ ଅଭାବ। ଆଜିକାଲି କମ୍‌ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ହାଡ଼ ଦୁର୍ବଳ ହେବା ଦ୍ଵାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ଆଣ୍ଠୁରୁ ଶବ୍ଦ ମଧ୍ୟ ବାହାରେ। ତେଣୁ ଆଜି ଆମେ କିଛି ଏଭଳି ସଙ୍କେତ ବିଷୟରେ କହିବୁ, ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ହାଡ଼ ଦୁର୍ବଳ ହେଉଛି…

ଭିଟାମିନ୍‌ ଡି, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ୍‌ ସହ କିଛି ଭିଟାମିନ୍‌ ଓ ମିନେରାଲ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାନ୍ତି। ଏହାର ଅଭାବରୁ ମାଂସପେଶୀ ଓ ହାଡ଼ରେ ଯନ୍ତ୍ରଣା ହୋଇଥାଏ। ଯଦି ଶରୀରରେ ଏହି ଭିଟାମିନ୍‌ ଏବଂ ମିନେରାଲ୍ସ ଲଗାତାର କମ୍‌ ହେଉଥାଏ, ତେବେ ହାଡ଼ ଖରାପ ହୋଇଥାଏ। ହାଡ଼ ଦୁର୍ବଳ ହେବା ଦ୍ଵାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଥାଏ। ମାଢ଼ି ଦାନ୍ତକୁ ଧରି ରଖିଥିବା ଅନ୍ୟ ହାଡ଼ ବି ଦୁର୍ବଳ ହେବାକୁ ଲାଗିଥାଏ। ମାଢ଼ି ଦୁର୍ବଳ ହେବା ଦ୍ୱାରା ଦାନ୍ତ ମଧ୍ୟ ଖରାପ ହୋଇଥାଏ।

ଯଦି ଆପଣ ବ୍ୟାୟାମ କରୁନାହାଁନ୍ତି ତେବେ ହାଡ଼ରେ ଥିବା ରସ କମ୍‌ ହୋଇପାରେ। ଓଜନ କମ୍‌ କରୁଥିବା ବ୍ୟାୟାମ ଦ୍ଵାରା ହାଡ଼ ଶକ୍ତ ହୁଏ। ଏଥିସହ କ୍ୟାଲସିୟମ୍‌ ଏବଂ ହାଡ଼ ତିଆରି କରୁଥିବା କୋଷିକା ମଧ୍ୟ ମଜଭୁତ ହୋଇଥାଏ।

ଯଦି ନଖ ବାରମ୍ବାର ଭାଙ୍ଗୁଛି। ତେବେ ଶରୀରରେ କ୍ୟାଲସିୟମ ଏବଂ କୋଲେଜନର ମାତ୍ରା କମୁଛି ବୋଲି ଜାଣନ୍ତୁ। ଏହି ଦୁଇ ପୋଷକ ତତ୍ତ୍ଵ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ। ଏହା କମିବା ମଧ୍ୟ ହାଡ଼ ଦୁର୍ବଳ ହେବାର ଏକ ଲକ୍ଷଣ।

ଏହା ଦୁର୍ବଳ ହାଡ଼ର ପ୍ରାରମ୍ଭିକ ଲକ୍ଷଣ। ଅଧିକ ଓଜନ ନ ଥାଇ ଯଦି ଆପଣଙ୍କ ମେରୁ ହାଡ଼ ନଇଁ ରହୁଛି କିମ୍ବା ଖରାପ ଭାବରେ ବସିବା ଦ୍ଵାରା ମେରୁ ହାଡ଼ ଆଖପାଖରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗୁଛି। ତେବେ ଏହା ମଧ୍ୟ ହାଡ଼ ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ।

Leave A Reply

Your email address will not be published.