ସୁନ୍ଦରଗଡ଼: ସ୍ଥାନୀୟ ବରପାଲି ଛକରେ ଦ୍ରୁତଗାମୀ ଭାରୀଯାନ ଚାପାରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।
ସୂଚନା ମୁତାବକ, ସାଇକେଲରେ ଘରକୁ ଫେରୁଥିବା ଦୁଇ ଯୁବ ଶ୍ରମିକ ଉପରେ ବରପାଲି ଛକରେ ସୁନ୍ଦରଗଡ଼ ପଟରୁ ଏମସିଏଲ ଖଣି କୁ ଦ୍ରୁତ ଗତିରେ ଆସୁଥିବା ଏକ ଭାରୀଯାନ (ଓଡି୧୪ ଡବ୍ଲୁ ୫୦୪୩) ମାଡିଯିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ବୟ ଡୁଡୁକା ବନ୍ଧପାଲି ଗାଁର ପ୍ରଶାନ୍ତ ବାଗ (୨୯) ଓ ଭୁବନେଶ୍ୱର ଭୋଇ (୧୯) ବୋଲି ଜଣାପଡିଛି।
ଭାରୀଯାନ ପଳାଇ ଯାଉଥିବା ବେଳେ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ ହେମଗିରି ଠାରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଖବର ଲେଖା ହେବା ଯାଏଁ ରାସ୍ତାରୋକ ଜାରିଥିବା ଜଣାଯାଇଛି।