ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ସୁପରଷ୍ଟାର ମହେଶ ବାବୁଙ୍କ ଭାଇ, ପ୍ରେମିକାଙ୍କ ସହ ସେୟାର କଲେ ଲିପ୍ ଲକ୍ ଭିଡିଓ

ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇ ନରେଶ ବାବୁ ଚତୁର୍ଥ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷ ଆରମ୍ଭରେ ସେ ସାଉଥ୍‌ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ତାଙ୍କର ବିବାହକୁ ନେଇ ଘୋଷଣା କରିଥିଲେ। ଏବେ ଏ ନେଇ ଅଭିନେତାଙ୍କ ତୃତୀୟ ପତ୍ନୀ ରାମ୍ୟା ରଘୁପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ନିକଟରେ ଅଭିନେତା ନରେଶ ବାବୁ ପବିତ୍ରାଙ୍କ ସହ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଅଭିନେତ୍ରୀଙ୍କ ସହ ଲିପ୍ ଲକ୍ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା କ୍ଷଣି ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଏହା ଉପରେ ତୃତୀୟ ପତ୍ନୀ ରାମ୍ୟା ରଘୁପତି କ୍ରୋଧ ପ୍ରକାଶ କରିଛନ୍ତି। ରାମ୍ୟା କହିଛନ୍ତି ଯେ ସେ ଏହି ବିବାହକୁ କେବେ ବି ହେବାକୁ ଦେବେ ନାହିଁ।

ରାମ୍ୟା କହିଛନ୍ତି, ‘ସେ ଏତେ ତଳକୁ ଖସି କେମିତି ଚତୁର୍ଥ ବିବାହ କରି ପାରିବେ? ମୁଁ ତାଙ୍କୁ ଏହି ବିବାହ କରିବାକୁ ଦେବି ନାହିଁ। ଆମର ଏ ପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ। ସେ ପୂର୍ବରୁ ହିଁ ତିନୋଟି ବିବାହ କରି ସାରିଛନ୍ତି’।

ସୂଚନାଯୋଗ୍ୟ, ବର୍ଷ ଆରମ୍ଭରେ ନରେଶ ଏହି ଭିଡିଓ ସେୟାର କରିଥିଲେ। ସେ ନୂଆବର୍ଷ ଶୁଭକାମନା ଜଣାଇବା ସହିତ ପବିତ୍ରା ଲୋକେଶଙ୍କ ସହ ତାଙ୍କ ବିବାହ ନିଶ୍ଚିତ କରିଥିଲେ। ଭିଡିଓରେ ନରେଶ ଓ ପବିତ୍ରା କେକ୍ କାଟି ପରସ୍ପରକୁ ଖୁଆଉଥିବା ଏବଂ ନୂଆ ବର୍ଷକୁ ସ୍ୱାଗତ କରୁଥିବାର ଦେଖାଯାଇଥିଲା।

Leave A Reply

Your email address will not be published.