ତେଜସ୍ବନୀ ସାମାଜିକ ଅନୁଷ୍ଠାନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ପବିତ୍ର ଗୁରୁ ଦିବସ ଉପଲକ୍ଷେ ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସବୁ ଆୟୋଜନ କରୁଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତେଜସ୍ବନୀ ର ଭଞ୍ଜନଗର ଶାଖା ତଥା ଆଞ୍ଚଳିକ ପରିବହନ ବିଭାଗ ଭଞ୍ଜନଗର ଓ ବୈଷୟିକ ତାଲିମ ଶିକ୍ଷା ଅନୁଷ୍ଠାନ ର ସହଯୋଗରେ ଏକ କାର୍ଯ୍ୟକ୍ରମ RTO OFFICE କାର୍ଯ୍ୟଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା, ITI ଛାତ୍ରଛାତ୍ରୀ ମାନେ ଓ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ, ମୁଖ୍ୟ ଅତିଥି DFO ଭଞ୍ଜନଗର, ତେଜସ୍ବନୀ ମୁଖ୍ୟ ପରିଚାଲିକା ଜ୍ୟୋତି ସିଂହ, ସାମାଜିକ କର୍ମୀ ତଥା ତେଜସ୍ବନୀ ଭଞ୍ଜନଗର ଉପଦେଷ୍ଟା ସୁଲପାଣି ଶତପଥି, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଂଜନ ରାୟ, GOVT ITI PRINCIPAL ଲୋକେଶ ପଟ୍ଟନାୟକ ଉପସ୍ଥିତ ଥିଲେ।ଗୁରୁ ଦିବସ ଅବସରରେ ଶିକ୍ଷକ ବି, ଗୋବିନ୍ଦ ରାଓ, ପଞ୍ଚାନନ ମିଶ୍ରଙ୍କୁ ସମର୍ଦ୍ଧନା କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସମ୍ପର୍କିତ ସୁରକ୍ଷା ସୂଚନା ଦେବା ସହ ଗାଡି ମୋଟର ଚାଳନା ସୁରକ୍ଷା ସଚେତନ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ଓ ଅତିଥି ମାନେ ବ ଗଛ ଲଗାଇବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ତେଜସ୍ବନୀ ଅନୁଷ୍ଠାନ ର ମୁଖ୍ୟ ଆଗକୁ କିପରି ଏହାର କାର୍ଯ୍ୟକ୍ରମ ସବୁ ଭଞ୍ଜନଗର ଓ ଗ୍ରାମାଞ୍ଚଳରେ କରିବ ସେ ବିଷୟରେ ସୂଚନା ଦେଇଥିଲେ।

Leave A Reply

Your email address will not be published.