ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଶେରଗଡ଼ (ରାଜୀବ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶେରଗଡ଼ ବ୍ଲକର ମହାତ୍ମା ଗାନ୍ଧୀ ବିଦ୍ୟାଳୟ ର ଖେଳ ପଡିଆଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ l ଏହି କ୍ରୀଡା ପ୍ରତିଯୋଗିତା ର ପ୍ରଥମ ଦିନରେ ମୋଟ 30ଟି ସ୍କୁଲ ରୁ 285 ଜଣ ଛାତ୍ର ଓ ଛାତ୍ରୀ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ପାଇଁ ଏକ ମଶାଲ ଯାତ୍ରା ମା ରାମଚଣ୍ଡୀ ମନ୍ଦିର ରୁ ବାହାରି ଶେରଗଡ଼ ମହାତ୍ମାଗାନ୍ଧୀ ହାଇସ୍କୁଲ ଖେଳପଡିଆ ଠାରେ ପହଞ୍ଚିଥିଲା। ଏହି ପ୍ରତିଯୋଗିତା କୁ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀଶ୍ରୀ ଉପେନ୍ଦ୍ର କୁମାର ପାଢୀ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶୈଳେନ୍ଦ୍ରି ଦଳାଇ, ଯେ. ସାରଥୀ ଆଚାରୀ, ପ୍ରଶାନ୍ତ କୁମାର ଡାକୁଆ ଓ ପ୍ରସନ୍ନ କୁମାର ବିଷୋୟୀ ସମେତ ସମସ୍ତ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ।

Leave A Reply

Your email address will not be published.