ସାପ କାମୁଡାରେ ଗୁରୁତର ଥିବା ବାଳକକୁ ଠିକ ସମୟରେ ଚିକିତ୍ସାଳୟକୁ ପହଞ୍ଚାଇ ଜୀବନ ବଞ୍ଚାଇଲେ କମିଟିର ସଦଶ୍ୟ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଇଲାକା ଭୁତୁଡ଼ା ପଞ୍ଚାୟତ ସାରକୁଣ୍ଡା ଗାଁରେ ଘଟିଥିବାବେଳେ ସାପ କାମୁଡ଼ାରେ ଆକ୍ରାନ୍ତ ଥିବା ବାଳକଟି ସୁସ୍ଥ ଥିବା ଜଣାପଡିଛି l ଗଲା ୨୬ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସାରକୁଣ୍ଡା ଗାଁର ଶୁକ ମୁଣ୍ଡାଙ୍କ ୯ ବର୍ଷର ପୁତ୍ର ଇସ୍ମାଇଲ ମୁଣ୍ଡା ସନ୍ଧ୍ୟାରେ ନିଜ ଘରେ ବସିଥିବାବେଳେ ବିଷାକ୍ତ ସାପ କାମୁଡ଼ିଥିଲା l ଯେହେତୁ ଭୁତୁଡ଼ା ଏକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ହେଇଥିବାରୁ ସରକାରୀ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିର ସଦଶ୍ୟ ବିଷ୍ଣୁ ଚରଣ ପାତ୍ର, ନରସିଂହ ସୁରେନ, କାଳିଆ ଦେହୁରୀ ଏବଂ ରଞ୍ଜିତ ପାତ୍ର ପ୍ରମୁଖ ନିଜ ଖର୍ଚ୍ଚରେ ଆକ୍ରାନ୍ତ ଥିବା ବାଳକକୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା କରାଇଥିବା ଜଣାପଡିଛି l

ଭୁତୁଡ଼ା ପଞ୍ଚାୟତ ଏକ ଅପହଞ୍ଚ ଇଲାକା ହେଇଥିବାରୁ ସରକାରୀ ଆମ୍ବୁଲାନ୍ସକୁ ଆପେକ୍ଷା କରିଥିଲେ ପୁଅର ଜୀବନ ଯାଇଥାନ୍ତା ବୋଲି ବାପା ମା କହିଥିବାବେଳେ ଦେବଦୁତ ଭଳି ଖବର ପାଇ କମିଟିର ସଦଶ୍ୟ ସଙ୍ଗେ ସଙ୍ଗେ ନିଜ ଖର୍ଚ୍ଚରେ ସଠିକ ସମୟରେ ଚିକିତ୍ସାଳୟ ପହଞ୍ଚାଇ ପୁଅକୁ ଏକ ନୁଆଁ ଜୀବନ ଦେଇଛନ୍ତି କହି କମିଟିର ସମସ୍ତ ସଦଶ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି l ସେପଟେ କମିଟିର ଏଭଳି ମହତ କାର୍ଯ୍ୟକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଥିବା ଜଣାପଡିଛି l

Leave A Reply

Your email address will not be published.