ମେସର୍ସ ରୁଙ୍ଗଟା କମ୍ପାନୀର ଖାମଖିଆଲି ଚିନ୍ତାଧାରା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ଆମ୍ଭେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବ୍ଲକ ଅନ୍ତର୍ଗତ ଲୌହ ଖଣି ସେକ୍ଟର କଥା।ସାନଇନ୍ଦପୁର ରୁଙ୍ଗଟା ଖଣିରେ ଦୀର୍ଘବର୍ଷ ଧରି ବି.ଏସ୍. ମାଇନିଙ୍ଗର ଠିକାଦାର ମେସିନାରି ଟେକ୍ନୋଲୋଜି ସାହାଯ୍ୟରେ ଚବିଶ୍ ଘଣ୍ଟିଆ କାମ ଚଲାଇ ନିଜେ ଗାନ୍ଧୀଗିରି(ଟଙ୍କା)କମାଇ ମାଲାମାଲ ହଉ ଥିବା ବେଳେ ବିଭିନ୍ନ ଜିଲ୍ଲା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସି ଯେଉଁ ଶ୍ରମିକ ଭାଇ ମାନେ ନିଜ ନିଜର ପେଟପାଟଣାକୁ ନେଇ କାମ କରିଆସୁଛନ୍ତି ତାଙ୍କର ପେଟ ଅପୋଷା। ହେଲେ ଅତି ଦୁଃଖର ବିଷୟ ଯେ ରୁଙ୍ଗଟା କମ୍ପାନୀର ମନମାନି କାର୍ଯ୍ୟ ଅର୍ଥାତ୍ କୋୖଣସି ପ୍ରକାର ସୁରକ୍ଷା ବେରିୟର ନ ଥିବାରୁ ଗୋଟିଏ ବଡ଼ ହାଇଭା ଗାଡ଼ି ଓଲଟି ଯାଇଥିଲା ଯାହା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ହାଇଭା ଗାଡ଼ିର ଚାଳକ। ଉକ୍ତ ଗାଡ଼ିକୁ ପୋକଲେନ ଦ୍ଵାରା ଉଠା ଯାଇଥିଲା । ଆଉ ସେହି ସମୟରେ ଖବର ପାଇ ଆମ ଗଣ ମାଧ୍ୟମ ପ୍ରତିନିଧି ରୁଙ୍ଗଟା କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଫୋନ୍ କରିବାପରେ ମଧ୍ୟ ରୁଙ୍ଗଟା କମ୍ପାନୀର କର୍ତ୍ତୃପକ୍ଷ ଜାଣିଶୁଣି ଫୋନ୍ କଲର କୌଣସି ଉତ୍ତର ଦେଇ ନ ଥିଲେ।ଏଥିରୁ ସିଧାସଳଖ ଆପଣମାନେ ଜାଣିପାରୁଥିବେ ଯେ ରୁଙ୍ଗଟା କମ୍ପାନୀର କର୍ତ୍ତୃପକ୍ଷ କିଭଳି ଭାବେ ଖଣି ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦିନ ମଜୁରିଆ ଶ୍ରମିକ ମାନଙ୍କୁ କଡ଼ା କଡ଼ି ସୁରକ୍ଷା ଦେଉଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି।

Leave A Reply

Your email address will not be published.