ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ୍ ସିଲଟ ପ୍ରତିଯୋଗୀତା

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଶୋକ ନଗର ସ୍ଥିତ ଉମାମହେଶ୍ୱର ବଣିକ ସଂଘ ପରିସରରେ ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ ସିଲଟ ପ୍ରତିଯୋଗୀତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଚାଲିଥିଲା l ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାଏ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉସ୍ୱାହିତ କରିଥିଲେ l ଖୋର୍ଦ୍ଧା ପେଞ୍ଚକ୍ ସିଲଟ ସଂଘ ଆୟୋଜନ କରିଥିବା ବେଳେ ରାଜ୍ୟର ବିଭିନ୍ନ ୧୫ଟି ଜିଲ୍ଲାରୁ ଉପକନିଷ୍ଠ ଓ କନିଷ୍ଠ ବର୍ଗର ୨୫୦ ଜଣ ଖେଳାଳୀ ଯୋଗଦାନ କରି ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ l ଓଡ଼ିଶା ରାଜ୍ୟ ପେଞ୍ଚକ୍ ସିଲଟ ସଂଘ ସଭାପତି ତାପସ କୁମାର ରାଏ ଚୌଧୁରୀ, ସାଧାରଣ ସମ୍ପାଦକ ଗୁରୁ ପ୍ରେମ ସିଂହ ଥlପ୍ପା, ଖୋର୍ଦ୍ଧା ଜିଲ୍ଲା ଆୟୋଜୋକ ଜିତେନ୍ଦ୍ର କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳ ଚାଲିଥିଲା l ସୁନ୍ଦରଗଡ ଜିଲ୍ଲାର ଆଦିତ୍ୟ ଜ୍ୟୋତି ଶର୍ମା, ଅର୍ପିତା ମହାନ୍ତି, ଆଦିତ୍ୟ ଜେନା, ସମୀର ହlଡ଼ିପା,ଅଂଶୁପ୍ରୀୟl ସଂଗ୍ରାମ ସିଂହ, ଆୟୁଷ କୁମାର ପାଢ଼ୀ, ଚନ୍ଦ୍ର ଶେଖର ମାଝୀ ଓ ଚିନ୍ମୟ ମହାନନ୍ଦ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ସୁହାନି ଗୁରୁଙ୍ଗ, କୁଶଳ ଦାଶ, ଅମନ ଦୀପ ଚାନ୍ଦ, ମୁକେଶ ସାହୁ ରୌପ୍ୟ ପଦକ ପାଇଛନ୍ତି l ଦେବ ତ୍ୟାଗୀ, ଶୁଭମଶ୍ରୀ କୁମ୍ଭାର, ଆଦିତ୍ୟ ହlଡ଼ିପା ଓ ଅଂଶୁପ୍ରୀୟl ସଂଗ୍ରାମ ସିଂହ ୨ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ଜର୍ଜ ଭାବେ ରତିକାନ୍ତ ମହାପାତ୍ର ମ୍ୟାନେଜର କିଶନ ଗୁରୁଙ୍ଗ, କୋଚ୍ ପିଣ୍ଟୁ ବର୍ମା ଓ ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ଶରତ କୁମାର ଦାସ ଉପସ୍ଥିତ ଥିଲେ l ସମସ୍ତ ଖେଳାଳୀ ମାନଙ୍କୁ ସୁନ୍ଦରଗଡ ଜିଲ୍ଲା ଆମେଚର୍ ବକ୍ସିଂ ସମ୍ପାଦକ ସୁଶାନ୍ତ କୁମାର ଷଡଙ୍ଗୀ ଶୁଭେଚ୍ଛା ଜଣାଇଛନ୍ତି l

 

Leave A Reply

Your email address will not be published.