ଆକ୍ରମଣ କରିବାକୁ ଆସିଥିବା ଦୁର୍ବୁର୍ତ୍ତଙ୍କ ମଧ୍ଯରୁ ଦୁଇ ଜଣକୁ କାବୁକଲେ ସ୍ଥାନୀୟ ଲୋକେ

ରାଉରକେଲା (ବିଜୟ ପ୍ରଧାନ) : ରାଉରକେଲା ସହର ସ୍ଥିତ ଝିରପାଣୀ ଅଞ୍ଚଳରେ ମୁସଲିମ୍ ବସ୍ତି ନିକଟରେ ଜମାଲ ମିଆଁଙ୍କ ପୁତ୍ର ଜାକିର ମିଆଁ ଘରୁ ବାହାରକୁ ବାହାରୁଥିବା ସମୟରେ କିଛି ଲୋକଙ୍କୁ ବୋଲେରୋରେ ଆସିଛିଡା ହେବାର ଦେଖିଥିଲେ ଏବଂ ଅନ୍ଯ ଏକ ବୋଲେରୋରେ ମାରଣାସ୍ତ୍ର ଧରି ଅନ୍ଯ କେତେଜଣ ସେଠାରେ ପହଞିଥିଲେ | ସେମାନଙ୍କ ମଧ୍ଯରୁ ୬ଜଣ ଜାକିର ମିଆଁ ଆଡ଼କୁ ଖଣ୍ଡା, ତଲଓ୍ବାର ଓ ପିସ୍ତଲ ମାରଣାସ୍ତ୍ର ଧରି ଆସୁଥିବାର ଜାକିର ମିଆଁ ଦେଖିଥିଲେ | ଏହି ସମୟରେ ସେମାନେ ଜାକିର ମିଆଁ ଉପରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ | ଜାକିର ଜୋରରେ ପାଟି କରିବାରୁ ଝିରପାଣିର ସ୍ଥାନୀୟ ଲୋକମାନେ ସେଠାରେ ରୁଣ୍ଡ ହୋଇଯାଇ ସେମାନଙ୍କୁ ଘେରିଯାଇଥିଲେ | ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ଯରୁ ଦୁଇ ଜଣକୁ ଲୋକମାନେ କାବୁ କରିନେଇ ବାନ୍ଧି ପକାଇଥିଲେ ଧୂମ୍ ଛେଚିଥିଲେ | ଅନ୍ଯମାନେ ଦୌଡି ପଳାଇଥିଲେ | ପଚରାଉଚରା କରାଯିବାରୁ ଜଣାପଡିଛି ଯେ, ଅମରଜିତ୍ କୋଡା ନାମକ ଜଣେ ବ୍ଯକ୍ତି ଏମାନଙ୍କ ସହିତ ଡ୍ରଗସ୍ ଓ ନିଶା କାରବାର କରନ୍ତି | ଏମାନଙ୍କ ସହିତ ଆସିଥିବା ଅନ୍ଯାନ୍ଯ ବ୍ଯକ୍ତିମାନଙ୍କର ନାମ ହେଲା ରାହୁଲ, ବିକାଶ ଯାଦବ, ବିନୋଦ ଯାଦବ | ଏମାନଙ୍କୁ ଏହି କାର୍ଯ୍ଯ କରିବା ପାଇଁ ଛୋଟୁ ସିଂହ କହିଥିଲା ଏବଂ ଜବା ଘାଟରେ ଜାକିର ମିଆଁ ରହେ ବୋଲି ସେମାନଙ୍କୁ ବତାଇଥିଲା | ଜାକିର ମିଆଁ ଗୋଟିଏ ମାରୁତି-୮୦୦ କବାଡାରୁ କିଣିଥିଲା ବେଳେ, ସେହି ଗାଡିକୁ ଏମାନେ ବାଡେଇ ଭାଙ୍ଗି ଦେଇଛନ୍ତି ବୋଲି ଝିରପାଣି ଥାନାରେ ଅଭିଯୋଗ ହୋଇଛି |

Leave A Reply

Your email address will not be published.