ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସରେ ସମ୍ମର୍ଦ୍ଧିତ

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଅଗଷ୍ଟ ୨୭ ତାରିଖ ରବିବାର ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ସକାଳ ୭ ଟା ସମୟରୁ ଶ୍ରୀମନ୍ଦିର ଠାରେ ପ୍ରଦୀପ ପ୍ରଜ୍ଜଳନ କରି ବକ୍ସିଂ ଖେଳାଳୀ ମାନେ ସହର ପରିକ୍ରମା କରି ପୁରୀ ଷ୍ଟାଡିୟମ ଠାରେ ପହଁଚିଥିଲେ। ଏହା ପରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ବିଧାୟକ ଜୟନ୍ତ କୁମାର ସଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡିଶା ଆଥେଲେଟିକ୍ସ ଆସୋସିଏସନ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ ଓ ପ୍ରତାପ ପୁରୁଷୋତ୍ତମ ପୁର ଦେବ ଡିଗ୍ରୀ କଲେଜର ପ୍ରିନ୍ସିପାଲ ସୁଦର୍ଶନ ମହାରଥୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ଆମେଚର୍ ବକ୍ସିଂ ସଂଘର ସମ୍ପାଦକ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ତତ୍ ସଙ୍ଗେ ଜିଲ୍ଳାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗିମlଲର ସଭାପତି ନଳୀନ କୁମାର ପଟେଲଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ମୁଖ୍ୟ ଅତିଥି ସମ୍ମର୍ଧିତ କରିଥିଲେ l ବିଭିନ୍ନ ଜିଲ୍ଲାର କୋଚ୍ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଥିଲେ ପୁରୀର ବକ୍ସିଂ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ବକ୍ସିଂ ଆରିନା ନିର୍ମାଣ କରୁଛନ୍ତି ଯାହା ଆଉ କିଛି ମାସ ମଧ୍ୟରେ ନିର୍ମାଣ ସରିବ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରୁ ଜାତୀୟ ଖେଳାଳୀ ଲିପ୍ସା ଷଡ଼ଙ୍ଗୀ ଏଵଂ ସୋନାଲି ପଟେଲ ମଧ୍ଯ ଯୋଗଦାନ କରିଥିଲେ l

ରବିଶଙ୍କର ପ୍ରତିହାରୀ ମଞ୍ଚ ପରିଚାଳନା କରିଥିବା ବେଳେ ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସରେ ସୁନ୍ଦରଗଡ ଜିଲ୍ଲାରୁ ଷଡଙ୍ଗୀ ବାବୁ ସମ୍ମାନୀତ ହୋଇଥିବାରୁ ଜନ ସେବା ସମିତି ଯୋଗିମlଲ ଅନୁଷ୍ଠାନ, ସୁନ୍ଦରଗଡ ଜିଲ୍ଲା ସିପକ୍ ଟାକ୍ରୋ ସଂଘ ଓ ସୁନ୍ଦରଗଡ ଜିଲ୍ଲା ଆମେଚର୍ ବକ୍ସିଂ ସଂଘର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି l

 

Leave A Reply

Your email address will not be published.