କମିଶନରକୁ ଭେଟିଲେ ଗିରଜାଟୋଲିର ବସ୍ତିବାସିନ୍ଦା

ରାଉରକେଲା (ବିଜୟ ପ୍ରଧାନ) : ଗିରଜାଟୋଲିର ଶତାଧିକ ବସ୍ତିବାସିନ୍ଦା ରାଉରକେଲା ମହାନଗରନିଗମ କମିସନର ଓ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭାଙ୍କର ମହାପାତ୍ରକୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ୍ଭେମାନେ ଶକ୍ତିନଗର ଗିରଜାଟୋଲିର ବସ୍ତିବାସିନ୍ଦା ଅଟୁଁ । ଏହି ଅଞ୍ଚଳରେ ଆମ୍ଭେମାନେ ଦିର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ୱ ଦିନ ହେଲା ଏହି ଅଞ୍ଚଳରେ ବସବାସ କରି ଆସିଅଛୁଁ ।ଆମ ବସ୍ତିରେ ସରକାରଙ୍କ ତରଫରୁ ଏସ୍‌.ଏଚ.ଏ ସର୍ଭେ କରାଯାଇଥିଲା ଏଥିରେ ୩୬୩ ଘର ସର୍ଭେ କରାଯାଇଛି । କିନ୍ତୁ ବର୍ତମାନ୧୪୪ ଘର ତାଲିକା ଭୁକ୍ତ ହୋଇ ଲିଷ୍ଟ ବାହାରିଅଛି । କିନ୍ତୁ ବସ୍ତିର ଅନ୍ୟଘର ଗୁଡ଼ିକ ତାଲିକାଭୁକ୍ତ ହୋଇନାହିଁ । ଏଣୁ ଆମ୍ଭେମାନେ ଆପଣଙ୍କଠାରେ ଗୁହାରି କରୁ ଅଛୁଁ କି ସମସ୍ତ ଘରକୁ ପୁଙ୍ଖାନୁପୁଙ୍ଖ ଭାବରେ ସର୍ଭେ କରି ସମସ୍ତଙ୍କ ଘରକୁ ସାମିଲ କରିବା ପାଇଁ । ଏଣୁ ଆମ୍ଭେ ମାନେ ଗିରଜାଟୋଲିର ବସ୍ତିବାସିନ୍ଦା ବିନମ୍ର ନିବେଦନ କରୁଁ କି ଉପରୋକ୍ତ ଲିଖିତ ବିଷୟ ଉପରେ ବିଚାର କରି ସରକାରଙ୍କ ଯୋଜନାରେ ଆମ ବସ୍ତିକୁ ସାମିଲ କରାଯାଉ । ଏହି ଅବସରରେ ଶତାଧିକ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ ।

Leave A Reply

Your email address will not be published.