ଚଳନ୍ତା ରେଳରୁ ମୋବାଇଲ ଚୋରି କରି ୨ ଗିରଫ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନର ଆରପିଏଫ ଏଏସଆଇ ରାଜେନ୍ଦ୍ର କୁମାର ହୋତା ୨ ଜଣ ମୋବାଇଲ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଏଏସଆଇ ଶ୍ରୀ ରଥ ତାଙ୍କ ଲିଖିତ ଅଭିଯୋଗ ମାମଲାରେ ରାଉରକେଲା ସ୍ଥିତ ରେଳବାଇ ଥାନାକୁ ଜଣାଇଛନ୍ତି ଯେ ମୋବାଇଲ ଚୋରି ହେଉଥିବା ନେଇ କିଛି ଖବର ଆସିବା ପରେ ଆରପିଏଫ ଦଳ ସଜାଗ ହୋଇ ମୋବାଇଲ ଚୋରଙ୍କୁ ଧରିବା ପାଇଁ ଯୋଜନା କରିବା ପରେ ପ୍ରଥମେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳର ବାସିନ୍ଦା ଦିଲୀପ ସିଂ ( ୩୭ ) ଧରାପଡିଲା । ସେ ଟାଟା-ବିଲାସପୁର ରେଳରୁ ଏକ ମୋବାଇଲ ଚୋରି କରିଥିବା ବେଳେ ପୁନଶ୍ଚ ସେହି ରେଳରୁ ସମୀର ଓରାମ ( ୩୦ ) ସୋନାଖାନ ଅଞ୍ଚଳର ବାସିନ୍ଦା ଏକ ମୋବାଇଲ ଚୋରି କରି ପଳାଉଥିବା ବେଳେ ଏକ ନଂ ପ୍ଲାଟଫର୍ମରୁ ଧରା ପଡିଥିଲା । ପ୍ରାଥମିକ ତଦନ୍ତ ପରେ ଉକ୍ତ ମୋବାଇଲ ଚୋର ଦ୍ବୟଙ୍କୁ ଜେଲ ପଠାଯାଇଥିବା ନେଇ ରାଉରକେଲା ରେଳବାଇ ଥାନା ସୂତ୍ରରୁ ଜଣାପଡିଥିଲା ।

Leave A Reply

Your email address will not be published.