ପାଣିରେ ପଡିଥିବା ଛୁଆ ହାତୀକୁ ଉଦ୍ଧାର କଲା ମା ହାତୀ 

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ମାଆର ମମତା ଏତେ ମଜଭୁତ ଯେ ବଡ଼ ବଡ଼ ବିପଦ ପଡିଲେବି ହାର ମାନି ନ ଥାଏ ଛୁଆ । ମାଆ ନିଜ ଛୁଆକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଜାରୀ ରଖି ଥାଏ । ଯାହା କି ଏହିପରି ଏକ ଦୃଶ୍ୟ ଆଜି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବନ ବିଭାଗ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତିରେ କୋଇଡା ରେଞ୍ଜର ଭବାନୀ ପାହାଡ଼ରେ ଏକ ହାତୀ ଛୁଆ ଟିଏ ଜନ୍ମ କରିଥିଲା ।କୌଣସି କାରଣ ବସତ ଛୁଆ ହାତୀ ଟି ନିକଟରେ ପାଣି ଥିବା ଏକ ଖାଲରେ ପଡିଯାଇଥିଲା । ଖବର ପାଇ ଆଜି ସକାଳୁ କୋଇଡା ରେଞ୍ଜର ଗୌତମ ପ୍ରଧାନ ସହ ଦଳ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ଛୁଆ ଥିବା ସମୟରେ ହାତୀ ମାନେ ରକ୍ତ ମୁଖା ଥାନ୍ତି ।ସେଥି ପାଇଁ ଭୟରେ କେହି ହାତୀ ନିକଟକୁ ଯାଇ ପାରୁ ନ ଥିଲେ ।ମାଆ ହାତୀଟି ନିଜ ଜୀବନକୁ ବାଜୀ ଲଗାଇ ଛୁଆ ହାତୀ ଟିକୁ ଖାଲ ମଧ୍ୟରୁ ଆଣିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଥାଏ ପୁଣି ଚେଷ୍ଟା କରୁଥାଏ । ଜଙ୍ଗଲ ବିଭାଗ କିପରି ହାତୀ ଛୁଆ ଟି ଉଦ୍ଧାର ହେବ ସେ ନେଇ ଯୋଜନା ଚାଲି ଥାଏ । ମାଆ ହାତୀଟି ବହୁ ଚେଷ୍ଟା କରିବା ପରେ ନିଜ ଶୁଣ୍ଡ ସାହାଯ୍ୟ ରେ ଛୁଆ ହାତୀ ଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।ଏବେ ମାଆ ଓ ଛୁଆ ହାତୀ ସୁସ୍ଥ ଥିବା ନେଇ କୋଇଡା ରେଞ୍ଜର ଗୌତମ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.