ଗଳାକାଟି ସ୍ତ୍ରୀଙ୍କୁ ହତ୍ୟା

ପୁରୀ ଜିଲ୍ଲା ନିମାପଡା ଥାନା ଅଧୀନ ଦିଘଲ ବସ୍ତିରେ ଗତକାଲି ରାତିରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ, ବ୍ଲେଡରେ ନିଜ ସ୍ତ୍ରୀ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛି ନରାଧମ ସ୍ଵାମୀ।

ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ ବସ୍ତିରେ ରହୁଥିବା ୩୫ ବର୍ଷ ବୟସ୍କ ଇରଫାନ ଖାଁ ପ୍ରତିଦିନ ରାତିରେ ମଦ ପିଇ ଘରକୁ ଫେରି ନିଜ ୨୬ ବର୍ଷ ବଯସ୍କା ସ୍ତ୍ରୀ ବାହାରୁନ ବିବିକୁ ମାରପିଟ କରେ, ଗତକାଲି ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା ଓ ମଦନିଶାରେ କ୍ରୋଧାନ୍ଧ ଇରଫାନ ବାହାରୁନଙ୍କୁ ମାଡି ବସି ଏକ ବ୍ଲେଡରେ ତାଙ୍କର ଗଳା କାଟି ହତ୍ଯା କରିଦେଇଥିଲା।

ସ୍ଥାନୀୟ ଲୋକମାନେ ଇରଫାନକୁ କାବୁକରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଇରଫାନକୁ ଗିରଫ କରିଛି ଓ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Leave A Reply

Your email address will not be published.