କୁଲାଡ ହାଇସ୍କୁଲର 1994 ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ଼ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ହାଇସ୍କଲର 1994 ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ 28 ବର୍ଷ ପରେ ପୁରାତନ ଛାତ୍ର ନାରାୟଣ ଜୟପ୍ରକାଶ ମିଶ୍ର, ଲଷ୍ମୀନାରାୟଣ ସେଠି, ବୁଲୁ ସାହୁ ଓ କପିଳା ପାତ୍ରଙ୍କ ଆହ୍ମାନ କ୍ରମେ କୁଲାଡ଼ ଗ୍ରାମ ସ୍ଥିତ ମା ଭୂଇଁୟାନି ପିଠରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏଣିକି ପ୍ରତିବର୍ଷ ଜାନୁଆରୀ ମାସରେ ବଂଧୁମିଳନ ହେବା ନେଇ ସହମତି ପ୍ରକାଶ ପାଇଥିଲା ଏବଂ ଛାତ୍ର ଜୀବନରେ ଘଟିଯାଇଥିବା ଅନୁଭୂତି ବଣ୍ଟାବଣ୍ଟି ହେବା ପରେ ବଂଧୁ ମିଳନର ସମୟ ଅତି ଆନନ୍ଦଦାୟକ ଥିବାନେଇ ପୁରାତନ ବଂଧୁମାନେ ପ୍ରକାଶ କରିଥିଲେ । ଉକ୍ତ ମିଳନ ପର୍ବ ରେ ସୁଜ୍ଞାନୀ ପାଢ଼ୀ,ଅରୁନ୍ଧତୀ ସାହୁ,ପ୍ରଭାତ ବିଶ୍ୱାଳ,ବିଚିତ୍ର ନନ୍ଦ ଦାଶ ,ସଞ୍ଜୟ ପାଣିଗ୍ରାହୀ,ସୁକାନ୍ତ ମଳିକ,ଶିଶିର ରାଇଗୁରୁ,ନାରାୟଣ ପଣ୍ଡା,ଭଗବାନ ବିଷୋୟୀ ଟୁନା ବେହେରା ସୁଶାନ୍ତ ରଥ ଏଭଳି ପାଖାପାଖୀ ମୋଟ ତିରିଶି ଜଣ ଯୋଗ ଦେଇଥିବା ବେଳେ ଏତେ ଦିନ ପରେ ହୋଇ ଥିବା ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସମସ୍ତଙ୍କ ସହଯୋଗ ମଧ୍ୟ ରହିଥିଲା ।

Leave A Reply

Your email address will not be published.