ପଞ୍ଚାୟତ ରାସ୍ତାକୁ ବି ଛାଡ଼ୁନାହାଁନ୍ତି ଖଣି କର୍ତ୍ତୃପକ୍ଷ୍ୟ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ପଞ୍ଚାୟତ ରାସ୍ତାରେ ବର୍ଷା ଦିନରେ କାଦୁଅ ପଚପଚକୁ ଖରା ଦିନରେ ଧୂଳି ଧୂଆଁରେ ଭରପୁର । ହେଲେ ବେଆଇନ ପାର୍କିଂ କିନ୍ତୁ ଫରକ ପଡ଼ୁନି ଖଣି କର୍ତ୍ତୃପକ୍ଷ୍ୟଙ୍କୁ । ତେବେ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ । ଏହି ରାସ୍ତାରେ ଗ୍ରାମ ପଞ୍ଚାୟତ ଓ ଉଚ୍ଚ ବିଦ୍ୟାଳୟ ରହିଛି । ଜୀବାକୁ ହେଲେ ଏହି ରାସ୍ତା ଦେଇ ପଞ୍ଚାୟତକୁ ଯିବାକୁ ହୁଏ । ହଁ ଆଜ୍ଞା ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବ୍ଲକ ଡେଙ୍ଗୁଳା ପଞ୍ଚାୟତ ପି, ଟି, ଏ, ଖଣି କଥା । ପଞ୍ଚାୟତକୁ ଚାଉଳ , ଭତ୍ତା କିମ୍ବା ସ୍କୁଲ କଲେଜକୁ ଏହିରାସ୍ତା ଦେଇ ଯିବା ଆସିବା ହୁଏ । ହେଲେ ଏହି ପଞ୍ଚାୟତ ରାସ୍ତା ଉପରେ ପି, ଟି, ଏ, ଖଣିର କଞ୍ଚା ମାଲ ପରିବହନ କରିବା ସହ ବେଆଇନ ପାର୍କିଂ କରି ଆସୁଛନ୍ତି । ଏହି ପଞ୍ଚାୟତର ରାସ୍ତାପ୍ରତି ସ୍ଥାନୀୟ ପ୍ରଶାସନ କେବେ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ରାସ୍ତାରେ ନିରୀହ ଲୋକଙ୍କ ଜୀବନ ମଧ୍ୟ୍ୟ ଚାଲି ଯାଉଛି । ବେଖାତିରରେ ଖଣି କର୍ତ୍ତୃପକ୍ଷ୍ୟ ରହୁଛନ୍ତି । ବାରମ୍ବାର ଅଭିଯୋଗ କଲାପରେ ବି ଖଣି କର୍ତ୍ତୃପକ୍ଷ୍ୟ ଶୁଣୁ ନାହାଁନ୍ତି । ତେବେ ସ୍ଥାନୀୟ ପ୍ରଶାସନ କେବେ ଏହାର ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.